ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକାର ଏକ ଅଧ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ପ୍ରଥମ ସୋପାନ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଗଞ୍ଜାମ ବିଭାଗ ନିରୀକ୍ଷକ ସରୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ରୂପେ ସଂଭାଗ ଶିଶୁବାଟିକା ସଂଯୋଜକ ବିଦ୍ୟାଭାରତୀଙ୍କ ଯୋଜନାରେ ଶିଶୁ ବାଟିକା ଶିକ୍ଷା ଏବଂ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶରେ ମାଆଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ । ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀମତୀ ଗୀତା ପାଢୀ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ଶ୍ରୀମତୀ ବି. ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ତାତ୍ପର୍ଯ୍ୟ ବୁଝାଇଥିଲେ । ବରିଷ୍ଠ ଆଚାର୍ଯ୍ୟା ମୀରାବାଈ ସାହୁ, ଭି ସରସ୍ଵତୀ, ଇଲାରାଣୀ ମିଶ୍ର, ସୁନୀତା ଶତପଥୀ, ମଧୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଏହି ବିଷୟରେ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୭୫ଜଣ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ ।

Leave A Reply

Your email address will not be published.

15 + two =