pakka

ଊଈ ଖାଇବା ପରି ଦେଶକୁ ଖୋକ୍‌ଲା କରି ଦେଉଛି ଦୁର୍ନୀତି, ଯୁବପିଢ଼ିଙ୍କୁ ଏହାର ଚିକିତ୍ସା କରିବାକୁ ପଡିବ : ପିଏମ୍‌ ମୋଦୀ

bbehera

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ବାର୍ତ୍ତାଳାପ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସେ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡି ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ, ଊଈ ଖାଇବା ପରି ଦେଶକୁ ଖୋକ୍‌ଲା କରି ଦେଉଛି ଦୁର୍ନୀତି । ଏଭଳି ପରିସ୍ଥିତିରେ ଆମେ ଆମର କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେବା ଉଚିତ୍‌ । ଯେଉଁଠାରେ କର୍ତ୍ତବ୍ୟ ବଳବତ୍ତର ରହେ ସେଠାରେ ଦୁର୍ନୀତି ରହିପାରିବ ନାହିଁ ।

ଅଲ୍‌ ଇଣ୍ଡିଆ ରେଡିଓରେ ପ୍ରସାରିତ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଊଈ ଖାଇବା ପରି ଦେଶକୁ ଖୋକ୍‌ଲା କରି ଦେଉଛି ଦୁର୍ନୀତି । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ କାହିଁକି ଅପେକ୍ଷା କରିବା, ଆମେ ସମସ୍ତ ଦେଶବାସୀଙ୍କୁ ଆଜିର ଯୁବ ପିଢ଼ି ସହିତ ମିଶି ଏହି କାର୍ଯ୍ୟ କରିବାକୁ ପଡିବ । ଏଥିପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଆମେ ଆମର କର୍ତ୍ତବ୍ୟକୁ ଅଧିକ ପ୍ରାଥମିକତା ଦେବାକୁ ହେବ । ଯେଉଁଠାରେ କର୍ତ୍ତବ୍ୟ ପୂରଣ କରିବାର ଅନୁଭବ ରହିଛି, କର୍ତ୍ତବ୍ୟ ବଳବତ୍ତର ସେଠାରେ କୌଣସି ଦୁର୍ନୀତି ହୋଇପାରିବ ନାହିଁ ।

jay balangir
Leave A Reply

Your email address will not be published.

9 − five =