ବୋଲେରୋକୁ ପଛରୁ ପିଟିଲା ବୋଲେରୋ : ୯ ଆହତ, ୨ ଗୁରୁତର

ଆନନ୍ଦପୁର : ରାସ୍ତା କଡରେ ଛିଡା ହୋଇଥିବା ଏକ ବୋଲେରୋକୁ ଦୃତ ଗତିରେ ଆସୁଥିବା ଅନ୍ୟ ଏକ ବୋଲେରୋ ଧକ୍କା ଦେବାରୁ ୨ଜଣ ଗୁରୁତର ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି । ଖବରପାଇ ଘସିପୁରା ପୋଲିସ୍ ପହଁଞ୍ଚି ସମସ୍ତ ଆହତଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ୨୦ ନଂ ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ୨୦ ନଂ ଜାତୀୟ ରାଜପଥ ଘସିପୁରା ବାଇପାସ୍ ଠାରେ ଏକ ବୋଲେରୋରୁ ଯାତ୍ରୀ ଓହ୍ଲାଇ ନିକଟସ୍ଥ ହୋଟେଲକୁ ଖାଇବାକୁ ଯାଇଥିଲେ । ବୋଲେରୋଟି ରାସ୍ତା ପାର୍ଶ୍ବରେ ଛିଡା ହୋଇ ରହିଥିଲା । ସ୍ଥାନୀୟ ହାତିବନ୍ଧା ଗାଁର ଗୋଟିଏ ପରିବାରର ୯ ଜଣଙ୍କୁ ନେଇ ଅନ୍ୟ ଏକ ବୋଲେରୋଟି ଘଟଗାଁ ମା’ ତାରିଣୀ ଦର୍ଶନ ସାରି ଫେରୁଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଅନ୍ୟ ଏକ ବୋଲେରୋକୁ ଧକ୍କା ଦେଇଥିଲା । ଏଥିରେ ୯ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

Leave A Reply

Your email address will not be published.

nineteen − one =