ଆଜିଠୁ ହିଙ୍ଗୁଳା ଯାତ୍ରା : ଚଳଚଞ୍ଚଳ ଗୋପାଳପ୍ରସାଦ ପୀଠ

ତାଳଚେର : ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା । ଚଳଚଞ୍ଚଳ ହୋଇପଡ଼ିଛି ଗୋପାଳପ୍ରସାଦ ପୀଠ । ମା’ ହିଙ୍ଗୁଳାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼ ।ପ୍ରତିବର୍ଷ ମା’ ହିଙ୍ଗୁଳା ଅଗ୍ନି ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଗୋପାଳଗଡ଼ ସ୍ଥିତ ମା’ଙ୍କ ପୀଠରେ ୧୯ତମ ଲୋକ ମହୋତ୍ସବ ଅନୁଷ୍ଠିତ ହେବ । ଏହି ମେଳା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସେହିପରି ଖରା ଓ ଅଂଶୁଘାତକୁ ଦୃଷ୍ଟିରେ ରଖି ମେଡିକାଲ୍‌ ଟିମ୍‌ ନିୟୋଜିତ କରାଯାଇଛି ।

Leave A Reply

Your email address will not be published.

four × one =