om academy

ଚିପ୍ସ ପ୍ୟାକେଟରେ ଥିବା ଖେଳଣା ନେଲା ୯ ମାସର ଶିଶୁ ଜୀବନ

jsm

ନୂଆପଡ଼ା/କୋମନା : ଚିପ୍ସ ପ୍ୟାକେଟରେ ଥିବା ଖେଳଣା ନେଲା ୯ ମାସର ଶିଶୁ ଜୀବନ । ଏଭଳି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ପଣ୍ଡରାପଥର ଗାଁରେ । ମୃତ ଶିଶୁଟି ପଣ୍ଡରାପଥର ଗାଁର ଲୋକନାଥ ରାଉତଙ୍କ ୯ ମାସର ଶିଶୁପୁତ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ, ସୋମବାର ସକାଳେ ଶିଶୁପୁତ୍ରଟି ଜେଜେମା’ଙ୍କ କୋଳରେ ଖେଳୁଥିଲା । ପିଲାଟି ଅଝଟ ହେବାରୁ ଜେଜେମା’ ପାଖ ଦୋକାନରୁ ଏକ ଚିପ୍ସ ପ୍ୟାକେଟ୍‌ ଆଣିଥିଲେ । ଚିପ୍ସ ପ୍ୟାକେଟ୍‌ ଖୋଲି ନାତିକୁ ଦେଇଥିଲେ । ଶିଶୁଟି ଉକ୍ତ ଚିପ୍ସ ଖାଇବା ବେଳେ ପ୍ୟାକେଟ୍‌ରେ ଥିବା ଖେଳଣା ତଣ୍ଟିରେ ଲାଗି ଯାଇଥିଲା । ପିଲାଟି କାନ୍ଦିବାରୁ ଜେଜେମା’ କୌଣସି ଅଘଟଣ ଆଶଙ୍କାରେ ପାଟି କରିଥିଲେ । ପରିବାର ଲୋକେ ଆସି ଶିଶୁଟିକୁ ତୁରନ୍ତ ଉଦ୍ୟାନବନ୍ଧସ୍ଥିତ ଏକ କ୍ଲିନିକ୍‌କୁ ନେଇଥିଲେ । ପିଲାଟିର ତଣ୍ଟିରେ ଖେଳଣା ଫସିଥିବା ଜଣାପଡ଼ିଥିଲା । ଏଥିଯୋଗୁଁ ଶିଶୁଟି ଅଣନିଃଶ୍ୱାସୀ ହେବାରେ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶରେ ସେଠାରୁ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ଶିଶୁଟିର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.