ls

ଫୁଲବାଣୀ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ : ସମ୍ପାଦକ ହେଲେ ଅଜିତ

2020

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ବାର ପରିସରରେ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୮ଟାରୁ ଆରମ୍ଭ ହୋଇ ୩ଟାରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ । ସେଥି ମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତି‌ଦ୍ୱନ୍ଦିତା କରୁଥିବା ବେଳେ ସମ୍ପାଦକ ପାଇଁ ମଧ୍ୟ ଦୁଇଜଣ ପ୍ରତି‌ଦ୍ୱନ୍ଦିତା କରିଥିଲେ । ସଭାପତି ପଦ ପାଇଁ ଅଜୟ କୁମାର ସିଂ ଓ ସିଦ୍ଧେଶ୍ୱର ଦାଶଙ୍କ ମଧ୍ୟରେ ପ୍ରତି‌ଦ୍ୱନ୍ଦିତା ହୋଇଥିବା ବେଳେ ସେଥିମଧ୍ୟରୁ ସିଦ୍ଧେଶ୍ୱର ଦାଶ ୬୧ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଗୋଟିଏ ଭୋଟ ନାକଚ ହୋଇଥିଲା । ସେହିପରି ସମ୍ପାଦକ ପଦ ପାଇଁ ଅଜିତ ପଟ୍ଟନାୟକ ଓ ବିରୂପାକ୍ଷ ପଣ୍ଡାଙ୍କ ମଧ୍ୟରେ ପ୍ରତି‌ଦ୍ୱନ୍ଦିତା ହୋଇଥିବା ବେଳେ ଅଜିତ କୁମାର ପଟ୍ଟନାୟକ ୬୭ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ୩ଟି ଭୋଟ ନାକଚ ହୋଇଥିଲା । ବାକି ଅନ୍ୟ ପଦବୀ ଗୁଡିକ ଅପ୍ରତିଦ୍ୱନ୍ଦୀ ଭାବେ ଆଗରୁ ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ଉପସଭାପତି ପ୍ରତାପ ଚନ୍ଦ୍ର ବାଇ, ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କୋଷାଧ୍ୟକ୍ଷ ନନ୍ଦିତା କୁମାରୀ, ପାଠାଗାର ସମ୍ପାଦକ ନମିତା ସାହୁ । ସେହିପରି କାର୍ୟ୍ୟକାରୀ ସଦସ୍ୟ ଭାବେ ବିରେନ୍ଦ୍ର ସୁବୁଦ୍ଧି, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଦୁର୍ଗା ଶଙ୍କର ପଟ୍ଟନାୟକ, ଗୌରୀ ଶଙ୍କର ବେହେରା, ସମୀର ମହାପାତ୍ର, ପଙ୍କଜ ବେହେରା, ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନ ପରିଚାଳନା ପ୍ରକ୍ରିୟା ଭିଭିରାମ ଦାଶ, ବିଶ୍ଵଜିତ ପଟ୍ଟନାୟକ ଓ ବିଜୟ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଶେଷ ହୋଇଥିଲା । ଚଳିତ ନିର୍ବାଚନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୋଇ ନିର୍ବାଚନ ଶେଷ ହୋଇଥିବାର ନିର୍ବାଚନ ପରିଚାଳକ ଭିଭିରାମ ଦାଶ କହିଛନ୍ତି ।

Leave A Reply

Your email address will not be published.