csstore

ବିଶ୍ଵ ଫଟୋଗ୍ରାଫି ଦିବସରେ ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଆଜି ଜିଲ୍ଲାର ୭ ଜଣ ବୟୋଜ୍ୟେଷ୍ଠ ଫଟୋଗ୍ରାଫରଙ୍କୁ ଏବଂ ମିଡ଼ିଆରେ କାର୍ଯ୍ୟରତ ଯୁବ ଫଟୋଗ୍ରାଫର୍‌ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭ୍ୟମାନେ ଉପସ୍ଥିତ ରହି ଆଜିର ମହାନ୍ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସଂଘର ବରିଷ୍ଠ ସଭ୍ୟ ପ୍ରସନ୍ନ ମିଶ୍ର, ଉପସଭାପତି ବିରେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରେମାନନ୍ଦ ଖମାରୀ, ସହ ସମ୍ପାଦକ ପ୍ରବୀଣ ସାହୁ, ଜିଭି ରାଓ, ଉମେଶ ବିଶ୍ୱଳ, ରାଜେଶ ସରାଫ, ରମଣୀ ବେହେରା, ମହେନ୍ଦ୍ର କୁମାର ସାହୁ, ଧ୍ରୁବ କର୍ମୀ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.