pakka

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ କଳିକେଶଙ୍କ ଦାବୀ : ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଯାଉ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ବହୁ ପ୍ରତିକ୍ଷୀତ ବଲାଙ୍ଗିର-ଖୋର୍ଦ୍ଧା ରେଳପଥକୁ ଜାତୀୟ ପ୍ରକଳ୍ପ ଘୋଷଣା କରିବା ପାଇଁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏତଦ୍‌ ବ୍ୟତିତ କଣ୍ଟାବାଞ୍ଜି ଠାରେ ଏକ ରେଳ ୱାଗନ କାରଖାନା ପ୍ରତିଷ୍ଠା କରିବା, ବଲାଙ୍ଗିର- ପାଟଣାଗଡ-ଲାଠୋର ରେଳ ଲାଇନ୍‌ ପ୍ରକଳ୍ପ ଆରମ୍ଭ କରିବା ତଥା ବଲାଙ୍ଗିର ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ ରୂପେ ଘୋଷଣା କରିବା ସମେତ ୧୭ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଆସନ୍ତା ୨୩ ତାରିଖରେ ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ମନ୍ତ୍ରୀ ଅଂଚଳର ରେଳ ଗମନାଗମଗନର ତଦାରଖ ତଥା ଅନୁଧ୍ୟାନ କରିବେ । ଏହି ଅବସରରେ ତାଙ୍କୁ ବଲାଙ୍ଗିରକୁ ସ୍ୱାଗତ କରିବା ସହ ଅଞ୍ଚଳର ରେଳ ଗମନା ଗମନ ସମ୍ଭନ୍ଧୀୟ ବିଭିନ୍ନ ଦାବୀ ନେଇ ଏକ ଚିଠି ଲେଖିଛନ୍ତି ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ । ପତ୍ର ଅନୁସାରେ, ଦୀର୍ଘ ଦିନ ହେବ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଅସଂପୂର୍ଣ୍ଣ ହୋଇ ପଡିରହିଛି । ଏହାକୁ ଜାତୀୟ ପ୍ରକଳ୍ପ ଘୋଷଣା କରାଗଲେ, ପ୍ରକଳ୍ପର ବିଭିନ୍ନ ବାଧାବିଘ୍ନ୍ନ ଦୂର ହେବା ସହ ପ୍ରକଳ୍ପ ଶୀଘ୍ର ସମାପ୍ତ ହୋଇ ପାରିବ । ସେହିପରି କଣ୍ଟାବାଞ୍ଜି ରେଳ ବିଭାଗ ପାଖରେ ବିସ୍ତିର୍ଣ୍ଣ ୭୦୦ ଏକର ଜମି କୌଣସି କାମରେ ଆସୁନାହିଁ । ଏଠାରେ ଏକ ରେଳ ୱାଗନ କାରଖାନା ସ୍ଥାପନ କରାଗଲେ ଅଂଚଳବାସୀଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ଜମିର ସଦ୍‌ଉପେଯାଗ ହୋଇ ପାରିବ । ତା’ଛଡା ବଲାଙ୍ଗିର ଷ୍ଟେସନକୁ ପ୍ରଧାନମନ୍ତ୍ରୀ ମଡେଲ ଷ୍ଟେସନ କରିବା, ଇସ୍ପାତ ଏକ୍ସପ୍ରେସକୁଣ୍ଟଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ, ସମ୍ବଲପୁର-ଜମ୍ମୁ ଏକ୍ସପ୍ରେସକୁ ଟିଟଲାଗଡ ପର୍ଯ୍ୟନ୍ତ, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରିତ କରିବା, ସମସ୍ତ ରେଲୱେ ଗେଟ୍‌ ଉପରେ ବା ତଳେ ବ୍ରିଜ କରିବା, ଡୁଙ୍ଗୁରିପାଲି, ଦେଓଗାଁ, ତୁଷୁରା ଓ ମୁରିବାହାଲ ଠାରେ ପୁରୀ- ଦୁର୍ଗ ଟ୍ରେନର ରହଣୀ, ବଲାଙ୍ଗିର-ଭୁବନେଶ୍ୱର ଇଣ୍ଟରସିଟିର ଟିଟିଲାଗଡ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ସହ ଦେଓଗାଁ ଓ ତୁଷୁରା ଠାରେ ରହଣି, ବଲାଙ୍ଗିର-ବିଛୁପାଲି ଟ୍ରେନକୁ ଭବାନିପାଟଣା ପର୍ଯ୍ୟନ୍ତ ସପ୍ରସାରଣ କରି ଇଏମ୍‌ୟୁ ଭାବେ ଉପେଯାଗ କରିବା, ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଦିଲ୍ଳୀ ଟ୍ରେନ ଚଳାଇବା, ସମ୍ବଲପୁର ବଲାଙ୍ଗିର ଟିଟିଲାଗଡ ଦେଇ ନୂତନ ଏହ୍ଲାବାଦ ଟ୍ରେନ ଚଳାଇବା, ହାତିଆ-ୟଶବନ୍ତ ପୁର ଟ୍ରେନକୁ ଡେଲି କରିବା, ପୁରୀ-ଗାନ୍ଧୀଧାମ ଓ ଲୋକମାନ୍ୟ ତିଲକ ଟ୍ରେନର ସଇଁନ୍ତଲା, ଲୋଇସିଂହା ଓ ଡୁଙ୍ଗୁରିପାଲି ଠାରେ ରହଣି ଏବଂ ବଲାଙ୍ଗିର-ଦେଓଗାଁ ମଧ୍ୟରେ ଏକ ରେଳ ମେଣ୍ଟେନେନ୍‌ସ କାରଖାନା ତିଆରି କରିବା ଆଦି ଦାବୀ ରହିଛି । ତେବେ ଅଂଚଳବାସୀଙ୍କ ଏ ସବୁ ନ୍ୟାର୍ଯ୍ୟ ଦାବୀ ପୂରଣ ହେଲେ ଅଂଚଳ ରେଳ ଗମନା ଗମନରେ ବିକଶିତ ହେବା ସହ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବ ବୋଲି କଳିକେଶ ଆଶା ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

four − 3 =

error: Content is protected !!