om academy

ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ କର୍ମଶାଳାରେ ଛତ୍ରପୁର ବିଧାୟକଙ୍କ ଯୋଗଦାନ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ କର୍ମଶାଳା ଛତ୍ରପୁରସ୍ଥ ସାଇ ଆଙ୍ଗନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଆସୋସିଏସନ୍‌ର ସଭାପତି କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଫଟୋଗ୍ରାଫି ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଯୁଗୋପଯୋଗୀ ଫୋଟ ଓ ଭିଡିଓ ଗ୍ରାଫି ଏବଂ ଆଧୁନିକିକରଣ ଜ୍ଞାନ କୌଶଳ ମାଧ୍ୟମରେ ନୂତନ ଯୁବପିଢୀମାନଙ୍କୁ ଆକୃଷ୍ଟ କରିବା ଭଳି ଫୋଟ ଉଠାଇବା ଶୈଳୀ ଉପରେ ଅନେକ ଫୋଟୋ ଗ୍ରାଫରଙ୍କୁ ଉନ୍ନତ ବିଶେଷଜ୍ଞଙ୍କ ଦ୍ଵାରା ମାର୍ଗଦର୍ଶନ କରାଯାଇଥିଲା । ଏହି କର୍ମଶାଳାରେ ଛତ୍ରପୁର, ବ୍ରହ୍ମପୁର, ଇଚ୍ଛାପୁର, ଗଞ୍ଜାମ ଏବଂ ଆଖପାଖ ଅଞ୍ଚଳର ଫଟୋଗ୍ରାଫରମାନେ ଯୋଗଦେଇ ଫୁଜି-ଫିଲ୍ମର କେମେରାରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ଦିଆଯାଇଥିଲା । କର୍ମଶାଳାରେ ଫୁଜି ଫିଲ୍ମ ଇଣ୍ଡିଆର ଆସିଷ୍ଟାଣ୍ଡ ରାକେଶ ସୋନି, ଟେକନୋଲୋଜି ଅଫିସର ଦେବେଶ୍ ପଟ୍ଟନାୟକ, ମେଣ୍ଟର ମିଥୁନ ଜେନା ପ୍ରମୁଖ ଯୋଗଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇ ପରିଚୟ ପ୍ରଦାନ କରାଯାଇ ଆନୁଷ୍ଠାନିକ ସଭାରମ୍ଭ ହୋଇଥିଲା । ଛତ୍ରପୁର ଫଟୋଗ୍ରାଫର ଆସୋସିଏସନ୍‌ର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବା ବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉପଦେଷ୍ଟା ତଥା ବରିଷ୍ଠ ଫଟୋଗ୍ରାଫର କାମାକ୍ଷୀ ପ୍ରସାଦ ପଣ୍ଡା ଓ ଲୋକନାଥ ମହାରଣା, ଉପସଭାପତି ପି. ଲଳିତ କୁମାର, ଯୁଗ୍ମ ସମ୍ପାଦକ ବିକ୍ରମ କୁମାର ବେହେରା, କୋଷାଧ୍ୟକ୍ଷ ସି. ହରଗୋପାଳ ଓ ସହକାରୀ କୋଷାଧ୍ୟକ୍ଷ ଗିରୀଶ ମୋହନ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟମାନେ ଯୋଗଦେଇ ସକ୍ରିୟ ପରିଚାଳନା କରିଥିଲେ ।

Leave A Reply

Your email address will not be published.