କଣ୍ଠଶିଳ୍ପୀ ଦଶରଥ ବାଗ ପାଇବେ ରାଷ୍ଟ୍ରୀୟ ଜୁନିଅର୍‌ ଫେଲୋସିପ୍ ପୁରସ୍କାର

ଗାଇସିଲାଟ, (ପୁସ୍ତମ ଯୁଆଡ଼ି) : ପେସାରେ ଶିକ୍ଷକ କିନ୍ତୁ ନିଶା ତାଙ୍କର ସଂଗୀତ ସାଧନା । ଗାଇସିଲାଟ୍ ବ୍ଲକ୍ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ବିଶିଷ୍ଟ ଢୁଲିଆ ବଲ ବାଗ୍ ଓ ପଞ୍ଚମୀ ବାଗଙ୍କର ସୁପୁତ୍ର କଣ୍ଠଶିଳ୍ପୀ ଦଶରଥ ବାଗ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ପ୍ରଦାନ କରାଯାଉଥିବା ଲୋକ ଗୀତରେ ରାଷ୍ଟ୍ରୀୟ ଜୁନିଅର ଫେଲୋସିପ୍ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସେ ଅନେକ ଲୋକଗୀତ ଓ କ୍ୟାସେଟ୍‌ରେ ଗୀତ ଗାଇ ଶ୍ରୋତା ଓ ଦର୍ଶକ ମାନଙ୍କର ମନ ମୋହିଥିଲେ । ସେ ଗାଇଥିବା ଗୀତଗୁଡିକ ହେଲା କୁକୁରା ଡାକିଲା ରାତି, ଫୁଲେ ଫୁଲେ, ଡୋଣ୍ଟ କେୟାର, ମହୁଲ ବେଟା, ରାୟପୁର ବାଲି, ମହୁଲ ଝାରେ ଓ ଅନ୍ୟାନ୍ୟ ଗୀତ । ଏହା ବ୍ୟତୀତ ସେ ଓଡିଶା ତଥା ଓଡିଶା ବାହାରେ ଅନେକ ସାଂସ୍କୃତିକ ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ପ୍ରଶଂସିତ ଓ ସମ୍ମାନୀତ ହୋଇଛନ୍ତି । ଦଶରଥ ବାଗ ଏହି ସଫଳତା ପାଇବା ପରେ ତାଙ୍କ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

one × three =