jsm

ଅଦିନିଆ ବର୍ଷା ଯୋଗୁଁ କୁଶକେଲା ପଞ୍ଚାୟତର ଚାଷୀଙ୍କ ଫସଲ ଗଜା

csstore

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମପଞ୍ଚାୟତର ଲିମପଡ଼ା, ଲୁଧିପଡ଼ା, ଶିକୁଆଁ ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷୀ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ ଅଦିନିଆ ବର୍ଷା ଯୋଗୁଁ ବହୁତ ଚାଷୀଙ୍କ ଧାନ ଗଜା ହୋଇ ଖରାପ ହୋଇ ଯାଇଥିବାରୁ ଚାଷୀ ଏବେ ଚିନ୍ତାରେ । ପ୍ରଚୁର ପରିମାଣରେ ବର୍ଷା ହେବା ଯୋଗୁଁ ଧାନ ଗଛ ସବୁ ଢ଼ଳି ଯାଇଛି । ଏବେ ଚାଷୀ ସରକାରଙ୍କ ସହାୟତା ଅପେକ୍ଷାରେ, ତେବେ ଏ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ ପୁଷ୍ପା ମହାନନ୍ଦ ଓ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରାଙ୍କୁ ଡାକି ସରକାରଙ୍କ ସହାୟତା ପ୍ରଦାନ କରିବାକୁ କହିଥିଲେ । ସରପଞ୍ଚ ଅନୁପସ୍ଥିତ ଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରାଙ୍କୁ ନିଜର ଉଜୁଡ଼ି ଯାଇଥିବା ଫସଲ ଦେଖାଇବା ସହ ସରକାରଙ୍କ ନିକଟରୁ ସାହାଯ୍ୟ କିପରି ମିଳିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ । ଏନେଇ ସଞ୍ଜୟ ବେହେରା ଟିଟିଲାଗଡ଼ ଉପ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ, ତଥା ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ନିବେଦନ କରିଥିବା ବେଳେ ପୂର୍ବରୁ ଖବର ପ୍ରସାରଣ ଦେଖି ଟିଟିଲାଗଡ଼ ଉପ ଜିଲ୍ଲାପାଳ ରିହାନ ଖେତ୍ରି ଆଜି ଏକ କୃଷି ବିଭାଗର ଟିମକୁ ପଠାଇଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.