pakka

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ୫ଟି ନୂଆ ପିଜି ପାଠ୍ୟକ୍ରମ

bbehera

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଖୋଲିଲା ଆଉ ପାଞ୍ଚଟି ନୂଆ ପିଜି ପାଠ୍ୟକ୍ରମ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି କରିଛି । ୨୦୨୩-୨୪ ଶିକ୍ଷା ବର୍ଷରେ ଖୋଲିଥିବା ଏହି ନୂଆ ବିଷୟ ଗୁଡ଼ିକ ହେଉଛି ଉଦ୍ଭିଦ ବିଜ୍ଞାନ, ହିନ୍ଦୀ, କମ୍ପ୍ୟୁଟର‌ ସାଇନ୍‌ସ, ଗଣିତ ଏବଂ ଇଂରାଜୀ । ଏହା ପୂର୍ବରୁ ୧୦ଟି ବିଷୟରେ ପିଜି ପାଠ୍ୟକ୍ରମ ସୁବିଧା ଥିଲା । ମାତ୍ର ଗତ ସପ୍ତାହରେ ଶିକ୍ଷା ବିଭାଗ ଆଉ ପାଞ୍ଚଟି ବିଷୟ ଖୋଲିବା ପାଇଁ ଅନୁମତି ଦେବା ପରେ କେନ୍ଦ୍ରାପଡ଼ା କଲେଜରେ ସମୁଦାୟ ୧୫ଟି ବିଷୟରେ ପିଲାମାନେ ପିଜି କରିବାର ସୁବିଧା ପାଇପାରିବେ ।

jay balangir
Leave A Reply

Your email address will not be published.

twelve + four =