ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଥମ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟର ଛାତ୍ର ରାଜୁ ଶବର “ରୀତିବାଦ” ଓ ଛାତ୍ରୀ ଝଲି ରଣା ”ରସର ସଂଜ୍ଞା ଓ ସ୍ୱରୂପ” ନାମକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଶ୍ରୀମତୀ ସୁଷମା ପଟ୍ଟନାୟକ, ଡ.ଦୁଃଖିଶ୍ୟାମ ସାହୁ, ଡ.ସରୋଜ କୁମାର ନାୟକ, ରୀନା ଧର୍ମ ବିନାୟକ, ଜୟ କୁମାର ଭୁଏ ତଥା ବିଭାଗର ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଡ.ସରୋଜ କୁମାର ନାୟକ ସଂଯୋଜନା କରିଥିବା ବେଳେ ଛାତ୍ର ସିଦ୍ଧାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

18 − 14 =

error: Content is protected !!