
ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ସିଆର୍ସିସିଙ୍କୁ ନିର୍ଯ୍ୟାତନା ସହିତ ଅଶ୍ଲୀଳ ମେସେଜ୍ କରିବା ମହଙ୍ଗା ପଡିଛି । ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ସୁରେନ୍ଦ୍ର ସାହୁ ଏବଂ କ୍ରୀଡା ଶିକ୍ଷକ(ପିଇଟି) ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି । ତେବେ ଆଜି ଟାଉନ ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ମେଡିକାଲ ପାଇଁ ଟାଉନ ସ୍ଥିତ ଡିଏଚ୍ଏଚ୍କୁ ନେଇଛି । ଘଟଣାଟି ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ପୋଲିସ ଅଧିକ ତଦନ୍ତ କରୁଛି ।