ବଲାଙ୍ଗିର ମାଟି ପାଇଁ ଗୌରବ ଆଣିଦେଲା ପଥରଚେପା ଆଦର୍ଶ ବିଦ୍ୟାଳୟ : ଜାତୀୟ ସ୍ତରରେ ୫ ବିଦ୍ୟାଳୟ ମଧ୍ୟରେ ଜାହିର୍‌ କଲା ନିଜର ସ୍ଥିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ସୁନାମ ଅର୍ଜନ କରୁଛନ୍ତି ଆଦର୍ଶ ବିଦ୍ୟାଳୟ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ୱାରା ପରିଚାଳିତ ହେଉଥିବା ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷାର ଆଦର୍ଶକୁ ଅନୁପାଳନ କରିବା ପୂର୍ବକ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ମାଟି ପାଇଁ ଗୌରବ ଆଣି ଦେଇଛି ପଥରଚେପା ଆଦର୍ଶ ବିଦ୍ୟାଳୟ । ଜାରତୀୟ ସ୍ତରରେ ୫ ବିଦ୍ୟାଳୟ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରିଛି । ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଏଜୁକେସନ୍‌ ୱାଲ୍‌ର୍ଡ ଇଣ୍ଡିଆ ସ୍କୁଲ ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର ଦୁଇଟି ବିଦ୍ୟାଳୟ ସାମିଲ୍‌ ରହିଛି । ଗଂଜାମ ଜିଲ୍ଲାର ହାତୀଓଟା ଏବଂ ବଲାଙ୍ଗିର ଜିଲ୍ଲାର ପଥରଚେପା ଆଦର୍ଶ ବିଦ୍ୟାଳୟ ବିଭିନ୍ନ ବର୍ଗର ଶ୍ରେଷ୍ଠ ୫ ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାର ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ତଥା ବୁଦ୍ଧିଜୀବୀ ମହଲରେ ପଥରଚେପା ଆଦର୍ଶ ବିଦ୍ୟାଳୟ ସଫଳତା ପାଇଁ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.