csstore

ସ୍ୱାଧିନତା ଦିବସ ଅବସରରେ ଜାମଗାଁ ଗ୍ରା. ପ. ସରପଂଚ ପୁରୁଷୋତ୍ତମ କମ୍ପଙ୍କ ଦ୍ୱାରା ଏକାଧିକ ପ୍ରକଳ୍ପର ଲୋକାର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧିନତା ଦିବସ ଅବସରରେ ପ୍ରକଳ୍ପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୁଢିସିଣ୍ଡୋଲ ତଥା ଗ୍ରାମ ପଂଚାୟତ କାର୍ଯାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଅତ୍ୟାଧୁନିକ ସୁବିଧା ଓ ପ୍ରଯୁକ୍ତି ବିଦ୍ୟାରେ ସଂପନ୍ନ ଥିବା ଏକ ନୂତନ ପଂଚାୟତ ଗୃହ ନିଜସ୍ୱ ପାଣ୍ଠିରୁ ନିର୍ମାଣ କରି ଲୋକାର୍ପଣ କରିଛନ୍ତି । ଜାମଗାଁ ଗ୍ରାମରେ ଏକ ପ୍ରବେଶ ପଥ ନିର୍ମଣ ସକାଶେ ବହୁ ଦିନରୁ ଦାବି ହୋଇ ଆସୁଥିବା ସାଧାରଣ ଜନତାଙ୍କ ଦାବିକୁ ସମ୍ମାନ ଜଣାଇ ଜାମଗାଁ ଚାରିଛକଠାରେ ଏକ ପ୍ରବେଶ ଥର ନିର୍ମାଣ କରି ଲୋକ କଲ୍ୟାଣ ଉଦ୍ଦେଶ୍ୟରେ ସରପଂଚ ଶ୍ରୀକମ୍ପ ସମର୍ପିତ କରିଛନ୍ତି । ବୁଢିସିଣ୍ଡୋଲ ଉପରପଡାରେ ଗୋଟିଏ ପାଠାଗାର ଏବଂ ଅନୁସୂଚିତ ଜାତୀ ବସ୍ତିରେ ଦୁଇଟି ପାଠାଗାରର ଲୋକାର୍ପଣ କରିଛନ୍ତି ।

jayashree
Leave A Reply

Your email address will not be published.