pakka

ପୃଥିବୀ ଶାନ୍ତି ପାଇଁ ପାଠଚକ୍ର ଅନୁଷ୍ଠିତ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶାନ୍ତି ପାଇଁ ଛାତ୍ର/ଛାତ୍ରୀଙ୍କୁ ନେଇ ଏକ ପାଠଚକ୍ର ହୋଇଯାଇଛି । ଶ୍ରୀମା/ଶ୍ରୀ ଅରବିନ୍ଦଙ୍କ ବିଗ୍ରହରେ ଦୀପ ପ୍ରଜ୍ଵଳନ କରିବା ସହ ପୁଷ୍ପ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପାଠଚକ୍ର ଆବାହକ ବିରେନ୍ଦ୍ର ମେଣ୍ଡେଲି, ରାମ ପ୍ରସାଦ କର୍ଣ୍ଣ ଓ ବ୍ଲକ ଆବାହକ ଚିତ୍ତରଞ୍ଜନ ବାରିକ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଗଣେଷ ମିଶ୍ର, ସମୀର କୁମାର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ବିଶ୍ୱ ଶାନ୍ତି ପାଇଁ ସାମୁହିକ ପ୍ରାର୍ଥନା କରାଯାଇଥିଲା ଓ ରୁଷିଆ ୟୁକ୍ରେନର ଯୁଦ୍ଧ ପରିସ୍ଥିତି ସମାପ୍ତ ହେବା ପାଇଁ ମା’ଙ୍କଠାରେ ମଧ୍ୟ ପ୍ରାର୍ଥନା କରିଥିଲେ । ଶେଷରେ ଶ୍ରୀ ଅରବିନ୍ଦଙ୍କ ପାଞ୍ଚଟି ସ୍ୱପ୍ନ ପାଠ କରିବା ପାଇଁ ଛାତ୍ର/ଛାତ୍ରୀଙ୍କୁ ଚଟି ପୁସ୍ତକ ବଣ୍ଟନ କରାଯାଇଥିଲା ।

jay balangir
Leave A Reply

Your email address will not be published.

eighteen − 11 =

error: Content is protected !!