ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ଜିଲ୍ଲା କାର୍ଯ୍ୟାଳୟ ବି/୩୩, ସେକ୍ଟର -୩, ରାଉରକେଲା ପରିସରରେ କଳା ଦିବସ ପାଳନ କରିବାପାଇଁ ଏକ ଚର୍ଚ୍ଚା ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲେ । ପୂର୍ବତନ ପ୍ରାଧନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରୋଚନାରେ ଜରୁରୀକାଳୀନ ପରିସ୍ଥିତି ଜାରୀ କରାଯାଇଥିଲା ଯାହା ଭାରତ ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ବକ୍ତା ରାଧୁ ମିଶ୍ର ଓ ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ବନ୍ଦିହୋଇଥିବା କିସନ ଗୋଏଲକଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଶିଷ୍ଠ ଶିକ୍ଷାବିତ୍ ରାଧୁ ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୭୫ ମସିହା ଜୁନ ୨୫ ତାରିଖରେ ନିଜର ପଦବୀକୁ ବଜାୟ ରଖିବା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ସମ୍ବିଧାନର ଧଜୀୟା ଉଡ଼ାଇ ଦେଇଥିଲେ । ସେତେବେଳର କଂଗ୍ରେସ ସରକାରର ଏହା ଥିଲା ଚରମ ନିଷ୍ଠୁରତାର ପ୍ରଦର୍ଶନ ଓ ସମ୍ବିଧାନର ହତ୍ୟା । ସେ ସମୟରେ ବିରୋଧୀ ଦଳର ନେତା ମାନଙ୍କୁ ଗିରଫ କରି କାରାଗାରରେ ବନ୍ଦୀ କରାଯାଇ ନାନା ଶାରୀରିକ ଓ ମାନସିକ ନିର୍ଯ୍ୟାତନା କରାଯାଇଥିଲା । ନ୍ୟାୟପାଳିକାର ପକ୍ଷ ଛେଦନ କରାଯାଇଥିବାବେଳେ ପ୍ରେସ ଠାରୁ ସ୍ଵାଧୀନତା କାଢ଼ି ନିଆଯାଇଥିଲା ଓ ଗଣମାଧ୍ୟମର କଣ୍ଠ ରୋଧ କରାଯାଇଥିଲା । ଦେଶରେ ନିର୍ଯ୍ୟାତନା, ଜେଲ, ହତ୍ୟା ଆହୁରି ଅନେକ ଘଟଣା ଘଟିଥିଲା ଯାହାକୁ ଭାଷାରେ ବର୍ଣ୍ଣନା କରି ହେବନାହିଁ । ଦେଶବାସୀ ଆତଙ୍କିତ, ଭୟଭୀତ ହୋଇ ରହିଥିଲେ । ୧୯୭୭ ମସିହା ନିର୍ବାଚନରେ ଜନସାଧାରଣ କଂଗ୍ରେସର ପକ୍ଷ ଛେଦନ କରି ଜନତା ଦଳ ହାତରେ ଶାସନ ଭାର ସମର୍ପଣ କରି କଳା ଶାସନର ଅବସାନ ଘଟାଇଥିଲେ । ଶ୍ରୀ ଗୋଏଲ୍ ଜେଲ୍ରେ କିଭଳି ନିର୍ଯ୍ୟାତନା କରାଯାଉଥିଲା ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟଅତିଥି ରଘୁନାଥପଲ୍ଲୀର ବିଧାୟକ ଦୁର୍ଗା ଚରଣ ତନ୍ତୀ ତାଙ୍କ ବକ୍ତବ୍ୟରେ ଜରୁରୀକାଳୀନ ପରିସ୍ଥିତି କିଭଳି ଭୟାନକ ଥିଲା ସେ ବିଷୟରେ ଜନସଚେତନା ଜାଗ୍ରତ କରି କଂଗ୍ରେସର ଅସଲି ମୁଖା ଖୋଲିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ କଳାଦିବସ ପାଳନ ଅବସରରେ ସମ୍ବିଧାନ ହତ୍ୟାକାରୀଙ୍କ ଅସଲି ମୁଖା ଖୋଲି ଦେଇଥିଲେ । ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି କଂଗ୍ରେସ ନେତାମାନେ ସମ୍ବିଧାନ ହତ୍ୟାକରି ସମ୍ବିଧାନ ଧରି ସମ୍ବିଧାନ ବଞ୍ଚାଅ କହିବା ଅତ୍ୟନ୍ତ ହାସ୍ୟାସ୍ୱାଦ ବୋଲି ବର୍ଣ୍ଣନା କରିଥିଲେ । ଡ. ସାମନ୍ତ କୁମାର ସାହୁ ମଧ୍ୟ ମଞ୍ଚାସୀନ ଥିବାବେଳେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁବ୍ରତ ପଟ୍ଟନାୟକ, ମଳୟ ମହାପାତ୍ର, ଶଶାଙ୍କ ଜେନା, ମନୋଜ ମାହେଶ୍ଵରୀ, ରୋସନ ସାହୁ, ଅଶୋକ ଲେଙ୍କା, ଦିଲ୍ଲୀପ ପଟ୍ଟନାୟକ, ମନୋରଞ୍ଜନ ମୁନି, ସରୋଜ ଦାସ, ଅକ୍ଷୟ ଦାଶ, କେଦାର ମହାନ୍ତି, ସନ୍ତୋଷ ବିରାଟ, ଗୌତମ ଡୁଙ୍ଗୁରି, ତାରକାନାଥ ମହାପାତ୍ର, ପ୍ରଭାସିନୀ ଡୁଙ୍ଗୁରୀ, ପ୍ରଭାକର ସାହୁ, ହେମେନ୍ତ ଜେନା, ସୁଦାମ ସାହୁ, ଗୌତମ ବାଡ଼ାଙ୍କ ସମେତ ସତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Next Post