jsm

ରାଜ୍ୟର ଛଅଟି ଜିଲ୍ଲା ପରିକ୍ରମା କଲା ‘ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର’

csstore

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବାର ବାର୍ତ୍ତା ଦେବା ଓ ସେମାନଙ୍କ ହାତ ପାହାନ୍ତାରେ ଶିଶୁ ସାହିତ୍ୟ ଆଧାରିତ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶର ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ପରିକ୍ରମା କରୁଥିବା ବରଗଡ଼ର ‘ଶିଶୁଶ୍ରୀ’ ଭ୍ରାମ୍ୟମାଣ ପାଠାଗାର ବରଗଡ଼, ପୁରୀ, ଯାଜପୁର, କଟକ, ବାଲେଶ୍ଵର ପରିକ୍ରମା କରି ଷଷ୍ଠ ଜିଲ୍ଲା କ୍ରମରେ ଖୋର୍ଦ୍ଧା ଜିଲ୍ଲାର ଢମଣା ଅନ୍ତର୍ଗତ ଗାଡକଣ ଗ୍ରାମର ଗଡେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ‘ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ’ର ଆୟୋଜନ କରିଛି । “ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର” ର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ତଥା ଶିଶୁ ସାହିତ୍ୟିକ ଡକ୍ଟର ଶରତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ପାଇଁ ପୁସ୍ତକ ଓ ପାଠାଗାରର ଉପାଦେୟତା ତଥା ଛାତ୍ର ଜୀବନରେ ପୁସ୍ତକ ପଠନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେବ ପଣ୍ଡା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଗାହାଣ ଓ ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ସହିତ ଗପ, କବିତା ଓ ମହାପୁରୁଷ ଜୀବନୀ ଆଧାରିତ ପୁସ୍ତକ ଓ ପତ୍ର ପତ୍ରିକା ପାଠ କରିବାକୁ ପରାମର୍ଶ ଦେଇଥିଲେ । ପଠିତ ପୁସ୍ତକ ଉପରେ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅମିତ ମହାପାତ୍ର, ମୋନାଲିସା ଦାଶ, ସ୍ନିଗ୍ଧା ସେଫାଳି ବରାଳ ଓ ଜାହାନାରା ବେଗମ୍‌କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିକ୍ଷକ ଦୋଳଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.