csstore

ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ କଳାବ୍ୟାଚ ପରିଧାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେଲ୍ ମ୍ୟାନେଜମେଣ୍ଟର ବାଧ୍ୟତାମୂଳକ ସେବା ନିବୃତ୍ତ ନିଷ୍ପତ୍ତି ବିରୁଦ୍ଧରେ ବରସୁଆଁ ଲୌହଖଣି ଅଧିକାରୀ ସଂଘ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୩ ତାରିଖ ଦିନ ସୁନ୍ଦରଗଡ ଜିଲ୍ଲାର ଆର୍‌ଏସ୍‌ପି ପରିଚାଳିତ ଟେନସା ଓ ବରସୁଆଁ ଲୌହଖଣିରେ କାର୍ଯ୍ୟରତ ୧୧ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି । ଏହି ନିଷ୍ପତ୍ତି ବିରୁଦ୍ଧରେ ତଥା ୧୧ଜଣ ଅଧିକାରୀଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ସହ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଇବା ପାଇଁ ସେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ବରସୁଆଁ ଲୌହଖଣିର ସଂଘ ସଭାପତି ବିଚିତ୍ର କୁମାର ଲେଙ୍କା, ଉପସଭାପତି ଅରୁଣ କୁମାର ପଣ୍ଡା, ସାଧାରଣ ସମ୍ପାଦକ ମନୋଜ କୁମାର ଭୋଇ, କାର୍ଯ୍ୟକାରୀ ସଦସ୍ୟ ଅନୁପମ ନାୟକ ଓ ଅନ୍ୟ ପଦାଧିକାରୀମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.