ରେଳ ଉପଭୋକ୍ତା ସଂଘର ପ୍ରତିନିଧି ଦଳ ଷ୍ଟେସନ୍‌ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରେଳ ଉପଭୋକ୍ତ ସଂଘର ଏକ ପ୍ରତିନିଧି ଦଳ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହ ବଲାଙ୍ଗିର ଷ୍ଟେସନ୍‌କୁ ଯାଇ ଯାତ୍ରୀମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ । ଅମୃତ ଭାରତ ଯୋଜନାରେ ଅନ୍ୟାନ୍ୟ ଷ୍ଟେସନ୍‌ ଗୁଡିକ ଝଲସୁଥିବା ବେଳେ ୬୦ବର୍ଷ ତଳର ବଲାଙ୍ଗିର ରେଲ ଷ୍ଟେସନ୍‌ ଯେମିତି ଥିଲା ସେମିତି ଅଛି । ଯାତ୍ରୀମାନେ ଉଚ୍ଚ ତାପମାତ୍ରାରେ ଡହଳ ବିକଳ ହେଉଛନ୍ତି । ଏସି ୱେଟିଂ ରୁମ୍‌ଟିଏ ନାହିଁ , ଷ୍ଟେସନ୍‌ରେ ଶିତଳ ଜଳ ସିଞ୍ଜନର ବ୍ୟବସ୍ଥା ନାହିଁ, ସଂଘ ତରଫରୁ କ୍ରମାଗତ ଭାବରେ ଦୁଇ ବର୍ଷ ଧରି ଚିଠି ଦେଲା ପରେ ଡିଆରଏମ୍‌ଙ୍କ କାର୍ଯ୍ୟାଳୟରୁ ବିଲ୍‌ଡିଙ୍ଗ୍‌ ପ୍ଲାନ୍‌ ଅନୁମୋଦିତ ହୋଇ ଆସିଛି । ପ୍ରଥମେ କାର୍ଯ୍ୟାଳୟ ଗୁଡିକ ସ୍ଥାନାନ୍ତରିତ ହେବ, ପରେ ଷ୍ଟେସନ୍‌ ଘର ଭଙ୍ଗା ଯିବ, ତାପରେ ନୂଆଁ କାମ ଆରମ୍ଭ ହେବ । ସିନିୟର ଇଞ୍ଜିନିୟର ପ୍ରତିନିଧି ଦଳଙ୍କୁ ନୁଆଁ ପାଦଚଲା ପଥ(ଫୁଟ ଓଭରବ୍ରିଜ)ଓ ଲିଫ୍ଟ କେଉଁଠି ସ୍ଥାନୀତ ହେବ ଦେଖେଇଥିବାରୁ ସଭ୍ୟଗଣ ଖୁସି ପ୍ରକାଶ କରିଥିଲେ । ମାତ୍ର ବରଗଡରେ ଲିଫ୍ଟ କାମ ସରିଲା ପରେ ସେ ପାର୍ଟି ଆସି ବଲାଙ୍ଗିରରେ କାମ କରିବେ । ଏହା ଶୁଣି ବଲାଙ୍ଗିର ଷ୍ଟେସନରେ କେବେଠାରୁ କାର୍ଯ୍ୟ ଆରମ୍ଭ ହେବ ଓ ବଲାଙ୍ଗିରବାସୀ କେବେ ଲିଫ୍ଟରେ ଚଢିବେ ଦେଖିବାକୁ ବାକି ରହିଲା । ଆଉ କେତେ ଦିନ ଅବହେଳାର ଶିକାର ହେବ ବଲାଙ୍ଗିର ରେଲୱେ ଷ୍ଟେସନ୍‌ ବୋଲି ପ୍ରଫେସର ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରତିନିଧି ଦଳରେ ସଂପାଦକ ଦିବାକର ହୋତା, କୋଷାଧ୍ୟକ୍ଷ ଅଶୋକ ଚାନ୍ଦ, ହରେକୃଷ୍ଣ ତ୍ରିପାଠି, ମୋତିଲାଲ ସାହୁ, ବସୁଦେବ ନାଗ, ନରେନ୍ଦ୍ର କବାଟ, ବ୍ରଜରାଜ ପୁରୋହିତ, ଡ. ଗୋଦାବରିଶ ରଥ ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.

5 × 1 =

error: Content is protected !!