
ଖପ୍ରାଖୋଲ, (କେପିଏନ୍ଏସ୍) : ଆଜି ପଡ଼ିଆବାହାଲ ଗ୍ରାମ ପଞ୍ଚାୟତର ନୂତନ ସରପଞ୍ଚ ଦେବରାଜ ପଧାନ ପାଚେର ୟୁ.ପି ସ୍କୁଲକୁ ପରିଦର୍ଶନରେ ଆସିଥିଲେ । ୦୭/୧୧/୧୯୫୪ରେ ବିଦ୍ୟାଳୟ ସ୍ଥାପିତ ହେବା ଦିନଠାରୁ କୌଣସି ସରପଞ୍ଚ ସ୍କୁଲ ପରିଦର୍ଶନ ପାଇଁ ଆସିନାହାନ୍ତି ପ୍ରଥମ ଥର ପାଇଁ ସରପଞ୍ଚ ପରିଦର୍ଶନ ଦେଖି ଗାଁ ଲୋକ ବହୁତ ଖୁସି ଅନୁଭବ କରିଥିଲେ । ବିଭିନ୍ନ ସମସ୍ୟା ସବୁ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ପାଠପଢା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗୋଟିଏ ପରିତ୍ୟକ୍ତ ବାରଣ୍ଡା ଯାହା ବିପଦ ସଂକୁଳ ଅବସ୍ଥାରେ ଅଛି ତାକୁ ନୂତନ ଭାବେ ନିର୍ମାଣ କରିବାକୁ ଶିକ୍ଷକ ମାନେ ଓ ଗ୍ରାମବାସି ଦାବୀ କରିଥିଲେ । ଏକ ଶ୍ରେଣୀ ଗୃହ ଯାହା ଅଧା ତିଆରି ହୋଇ ପଡି ରହିଛି ତାକୁ ସମ୍ପୂର୍ଣ୍ଣ କରିବାକୁ ଜଣାଇଥିଲେ । ସର୍ବ ମୋଟ ୧୫୭ ଜଣ ଛାତ୍ର/ଛାତ୍ରୀଙ୍କ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ଅଛି ତେଣୁ ଅତିରିକ୍ତ ଶ୍ରେଣୀ କୋଠରୀ ଦରକାର ବୋଲି ଜଣାଇଥିଲେ । ମାଧ୍ୟାନ୍ନ ଭୋଜନ ବିଷୟରେ ପଚାରି ବୁଝିଥିଲେ ଓ ଖାଦ୍ୟର ମାନ କିପରି ଥିଲା ତାହା ଦେଖିଥିଲେ । ଦେବରାଜ ପଧାନ ସମସ୍ତ ସମସ୍ୟାକୁ ବିଇଠ ଓ ବିଡିଓଙ୍କ ସହିତ ଆଲୋଚନା କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ବିଦ୍ୟାଳୟ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର ନାଗ, ସହକାରୀ ଶିକ୍ଷକ ହୃଦମଣୀ ବରିହା, ପୀତବାସ ସେଠ, ପ୍ରହଲ୍ଲାଦ ନାଏକ ଉପସ୍ଥିତ ଥିଲେ ଏବଂ ପାଚେର ଗ୍ରାମର ଶିବ କଟାରୀ, ଜନ୍ମେଜୟ ନାଏକ, ଅଶ୍ୱିନୀ ନିଆଲ, ପ୍ରଶାନ୍ତ ସାହୁ, ସୂର୍ଯ୍ୟକାନ୍ତ ନନ୍ଦ, ମଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।