csstore

ଓମ୍ ଭେଲି ସ୍କୁଲ ବିଦ୍ୟାର୍ଥୀଙ୍କ ରେଲୱେ ଷ୍ଟେସନ ପରିଦର୍ଶନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସର୍ଗିଗୁଡା ସ୍ଥିତ ଓମ୍ ଭେଲି ସ୍କୁଲର ବିଦ୍ୟାର୍ଥୀମାନେ ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଓ ସହ ସଂଯୋଜିକା ନିଶି ବେରିଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡର ରେଲୱେ ଷ୍ଟେସନକୁ ଶିକ୍ଷଣୀୟ ପରିଦର୍ଶନ ନିମନ୍ତେ ଯାଇଥିଲେ । ଏହି ଭ୍ରମଣରେ ଓମ୍‌ଭେଲିର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରେଳ ଷ୍ଟେସନ ବୁଲିବା ସହ ଟ୍ରେନ ଚଳାଚଳ କିପରି ହୁଏ ? ଟିକେଟ କାଉଣ୍ଟରରୁ ପ୍ରଥମେ ଟିକେଟ କିପରି କାଟିବେ ? ପୋଲିସର ସାହାଯ୍ୟ କେତେବେଳେ ନେବେ ? ଷ୍ଟେସନରେ ଖାଇବା ବ୍ୟବସ୍ଥା, ପିଇବା ପାଣି, ଯାତ୍ରୀ ପ୍ରତିକ୍ଷାଳୟ ବିଷୟରେ ବୁଲି ବୁଲି ଦେଖିଥିଲେ । ଏହି ଶିକ୍ଷାର୍ଥୀମାନଙ୍କ ତତ୍ତ୍ଵାବଧାନ ନିମନ୍ତେ ସ୍କୁଲର ଶିକ୍ଷୟତ୍ରୀ ସରୋଜିନୀ ପଟ୍ଟନାୟକ, ବବିତା ମିଶ୍ର, ରଶ୍ମିତା ସୌରା, ମୋନାଲିସା ଦାସ, ମନୋରମା ଆଡଜୁଆଡ ବୀଣା ଗଡ଼ତିଆ, ବନ୍ଦନା ସେଠ, ସୁମନ ଶର୍ମା, ଶିକ୍ଷକ ଚନ୍ଦ୍ରଶେଖର ନାୟକ, ରାଜେଶ ସାହୁ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଯାଇଥିଲେ । ଏହି ପରିଦର୍ଶନରେ ଶିକ୍ଷାର୍ଥୀମାନେ ଅଳ୍ପ ସମୟ ମଧ୍ୟରେ ରେଳ ଯୋଗେ ଲୋକେ କିପରି ଦୂର ସ୍ଥାନକୁ ସୁବିଧାରେ ଯିବା ଆସିବା କରିପାରୁଛନ୍ତି ସେ ବିଷୟରେ ଜାଣିବା ସହ ରେଳ ବିଭାଗର କାର୍ଯ୍ୟାଳୟରୁ କାର୍ଯ୍ୟରତ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିବା ସହ କିଭଳି ଟ୍ରେନ ଚଳାଚଳ ହୁଏ ସେ ବିଷୟରେ ବିଦ୍ୟାର୍ଥୀଙ୍କୁ ଅଧିକାରୀ ମାନେ ବୁଝାଇଥିଲେ ।

jayashree
Leave A Reply

Your email address will not be published.