csstore

ଗଞ୍ଜାମ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ୨୩ ଜଣିଆ ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମାଞ୍ଚଳର ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକ ଚାଲୁ ରହିଛି । ଏହି ଉନ୍ନୟନ କାର୍ଯ୍ୟଗୁଡିକର ତଦାରଖ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ, ଗଞ୍ଜାମ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟଙ୍କ ସହ ଏକ ୨୩ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ ଗୁଡିକର ଅନୁଧ୍ୟାନ କରିଥିଲେ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ଶତ୍ରୁସୋଲ ଗ୍ରାମରେ ଆଦର୍ଶ ଗୁହାଳ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସହ ଉକ୍ତ ଟିମ ପରିଦର୍ଶନ କରିଥିଲେ । ସେହିପରି କଣ୍ଟିଆଗଡ଼ ଗ୍ରାମ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱର ମନ୍ଦିର ଚତୁର୍ପାଶ୍ୱରେ ରହିଥିବା କଲ୍ୟାଣମଣ୍ଡପ, ରୁରାଲ ପାର୍କ, ଆଦର୍ଶ ପୁଷ୍କରିଣୀ ପରିଦର୍ଶନ କରିବା ପରେ ନିଳାଦ୍ରୀପୁର ଗ୍ରାମ ସ୍ଥିତ ସ୍ମାର୍ଟ ସ୍କୁଲ, ହୁମ୍ମାର ପଞ୍ଚାୟତ କାର୍ଯ୍ୟାଳୟ, ମଲାଡ଼ ପଞ୍ଚାୟତର ପଣିବନ୍ଧ ଗ୍ରାମରେ ଜିମ ସେଣ୍ଟର, ଏମ୍‌ସିସି, ମିଶନ ଶକ୍ତି ଗୃହ, ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢ଼ି ଗ୍ରାମରେ ରହିଥିବା ସ୍ୱାମୀବିବେକାନନ୍ଦ ଗ୍ରାମାଞ୍ଚଳ ପାର୍କ ଆଦି ୨୩ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକର ଅନୁଧ୍ୟାନ କରିଥିଲେ । ଏହି ଟିମ୍‌ରେ ୧୦ ଜଣ ବିଡ଼ିଓ, ୧୨ଜଣ ଆସିଷ୍ଟାଣ୍ଡ ଇଞ୍ଜିନିୟର ଓ ଜେଇ ପ୍ରମୁଖ ପରିଦର୍ଶନ କରିଥିଲେ ।

ଏହି ପରିଦର୍ଶନ ବେଳେ ପାଳିବନ୍ଧ ସରପଞ୍ଚ ଦିଲିପ ଛୋଟରାୟ, ନିରଞ୍ଜନ ରେଡ୍ଡୀ, ବଟେଶ୍ୱର ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର ତରାଇ ପ୍ରମୁଖଙ୍କ ସହ ଅନ୍ୟମାନେ ପରିଦର୍ଶନରେ ଆସିଥିବା ଟିମ୍‌କୁ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରିବା ସହ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.