csstore

ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ ସୁପରଭାଇଜରସ୍ ଏଣ୍ଡ ୱାର୍କସ ୟୁନିୟନ ଆନୁକୂଲ୍ୟରେ ପୂର୍ବତନ ସଭାପତି ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ଏନ୍.ସିମାଞ୍ଚଳ ରେଡ୍ଡୀଙ୍କ ୧୧ତମ ଶ୍ରାଦ୍ଧଦିବସ ଗତକାଲି ୟୁନିୟନର ସଭାପତି ପ୍ରଶାନ୍ତ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ୟୁନିୟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରେଡ୍ଡୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଗୁଣାବଳୀ ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରିଥିଲେ । ଆଲୋଚନା ଅବସରରେ ସ୍ୱର୍ଗତ ସାଥୀ ବୃନ୍ଦାବନ ପଲେଇ, ପ୍ରଭାତ ମିଶ୍ର, ପ୍ରଫେସର ଦୁର୍ଗା ପ୍ରସାଦ ନାୟକ, ମହିଳା ସମାଜସେବୀ ମନୋରମା ମହାପାତ୍ର, ବି. ରାଜା ରାଓ ସାଥୀମାନଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସେପ୍ଟେମ୍ବର ୨୭ ତାରିଖ “ଭାରତ ବନ୍ଦ”କୁ ସଫଳ କରିବା ପାଇଁ ସାଥୀ ପ୍ରଦୀପ ସେଠୀ, ବି. ବୈରାଗୀ ରେଡ୍ଡୀ, ଯୁଗଳ ଦାଶ, ରାମେଶ୍ୱର ନାୟକ, ରବି ପ୍ରଧାନ, ମାଗୁଣି ବିଷୋୟୀ, ସିକନ୍ଦର ଖାଁ, କାମଦେବ ନାହାକ, ପଙ୍କଜ ସେଠୀ, ସିଏଚ କ୍ରିଷ୍ଣା ରେଡ୍ଡୀ, ସୁଦର୍ଶନ ରାଉଳ, ଅଳକନାଥ ମିଶ୍ର, ଜି.କାନକା ରେଡ୍ଡୀ, ଶବର ଦାଶ, ଏନ୍.ତାରିଣେୟା ରେଡ୍ଡୀ ପ୍ରମୁଖ ସାଥୀ ଯୋଗଦେଇ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ ।

jayashree
Leave A Reply

Your email address will not be published.