ଜିଲ୍ଲା ପରିଷଦ ସଭ୍ୟାଙ୍କ ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଆକଷ୍ମିକ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚନ୍ଦନଭାଟି ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଅନାମିକା ହୋତା, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଙ୍କଜିନୀ ସାହୁ ଏବଂ ସମିତି ସଭ୍ୟା ଶ୍ରୀମତୀ ସଙ୍ଗିତା ପାଣିଗ୍ରାହୀ ଆକଷ୍ମିକ ଭାବେ ଆସି ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସ୍କୁଲର ସମସ୍ତ ସମସ୍ୟାକୁ ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ଅବଗତ କରାଇଥିଲେ । ଖୁବ୍‌ ଶୀଘ୍ର ଏହାକୁ ସମାଧାନ କରିବାକୁ ସେମାନେ ପ୍ରତିଶୃତି ଦେଇଥିଲେ । ସ୍କୁଲର ଶୈକ୍ଷିକ ପରିବେଶ ଦେଖି ସେମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ୧୮୪୭ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ସମସ୍ତ ପ୍ରକାରର ଉନ୍ନତିକରଣ କରାଯିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ପରିଦର୍ଶନ ସମୟରେ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ସମାଜସେବୀ ସୁଶାନ୍ତ ପାଣିଗ୍ରାହୀ, କୁନା ସାହୁ, ବାଲି ବାରିକ, ପଞ୍ଚାନନ ସା’, ସୁରେନ୍ଦ୍ର ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ସ୍କୁଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ଜିଲ୍ଲା ପରିଷଦ ସଭ୍ୟା ଓ ଅନ୍ୟମାନେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

6 + seven =

error: Content is protected !!