ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟିର କେଭି ମହାବିଦ୍ୟାଳୟ ପରିଦର୍ଶନ

କଂଟାବାଞ୍ଜି, (କୈଳାଶ ସଗ୍ରିଆ) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ବନ୍ଧନ କମିଟି ମଙ୍ଗଳବାର ଦିନ କେଭି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଉକ୍ତ ଦଳରେ ରାଜେନ୍ଦ୍ର ମହାବିଦ୍ୟାଳୟ କଲେଜର ଡେଭ୍‌ଲପ୍‌ମେଣ୍ଟ କାଉନସିଲ୍‌ର ଅଧ୍ୟକ୍ଷ ଡ. ବିଘ୍ନେଶ ପ୍ରସାଦ ମିଶ୍ର, ଡେପ୍ୟୁଟି ରେଜିଷ୍ଟାର ଡ. ବିଶ୍ୱଜିତ ବେହେରା ଏବଂ ସେକ୍ସନ୍ ଅଫିସର ଅକ୍ଷୟ କୁମାର ସେଠୀ ପ୍ରମୁଖ ପରିଦର୍ଶନ କରିଥିଲେ । ସେମାନେ କଲେଜର ଯୁକ୍ତ ତିନି କଳା, ବାଣିଜ୍ୟ, ବିଜ୍ଞାନ ଏବଂ ସ୍ନାତକୋତ୍ତୋର ଓଡିଆ ଓ ବାଣିଜ୍ୟ ବିଭାଗମାନଙ୍କର ୨୦୨୧-୨୨ ପାଇଁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ସହବନ୍ଧନ ପାଇଁ କଲେଜକୁ କ୍ଷେତ୍ର ପରିଦର୍ଶନରେ ଆସି କଲେଜର ଭିତ୍ତିଭୂମି, ଲାଇବ୍ରେରୀ, ଲେବ୍ରୋଟେରୀ, ଶ୍ରେଣୀ କୋଠରି ଆଦି ପରିଦର୍ଶନ କରିବା ସହ କଲେଜର ସମସ୍ତ କାଗଜ ପତ୍ର ଯାଂଚ କରିଥିଲେ । ଏହା ସହ ଉକ୍ତ ଦଳ ଛାତ୍ରଛାତ୍ରୀ ଏବଂ ସମସ୍ତ କଲେଜର ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କଲେଜର ପରିବେଶ, ଭିତ୍ତିଭୂମି, ଶୈକ୍ଷିକ ଅବସ୍ଥାର ବିଷଦ ଅନୁଧ୍ୟାନ କରି ଉକ୍ତ ଦଳ ନିଜର ସନ୍ତୋଷ ବ୍ୟକ୍ତ କରିବା ସହ କେଭି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ ପ୍ରମୁଖ ମହାବିଦ୍ୟାଳୟ ବୋଲି କହିଥିଲେ । ଆଗାମୀ ଦିନରେ ଏହି ମହାବିଦ୍ୟାଳୟର ଭବିଷ୍ୟତ ଆହୁରି ଉନ୍ନତ ହେବ ବୋଲି ମତ ଦେଇଥିଲେ ଉକ୍ତ ଦଳ । ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର, ପ୍ରାଧ୍ୟାପକ ଦେବେନ୍ଦ୍ର ମେହେର, ଭଗବାନ ପଧାନ, ଲୋହିତାକ୍ଷ ଯୋଷୀ, ନମିତା ମିଶ୍ର, ସବିତା ମହାପାତ୍ର, ପ୍ରଭାସିନୀ ରାଉତରାଏ, ଡ.ସଂଜୟ କୁମାର ମିଶ୍ର, ଜଶୋବନ୍ତ ମିଶ୍ର ଏବଂ ସମସ୍ତ କର୍ମଚାରୀ ଉକ୍ତ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

nineteen + two =