ଏସଡିକେଜି ଇଂରାଜୀ ବିଦ୍ୟାଳୟକୁ ସଇଁତଲା ବିଡ଼ିଓଙ୍କ ପରିଦର୍ଶନ

  • ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଲାପ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଲେ ଗୁରୁଜ୍ଞାନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର କଅସରପଡା ଠାରେ ଥିବା ଇଂରାଜୀ ବିଦ୍ୟାଳୟକୁ ଗୁରୁବାର ଦିନ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ହଠାତ୍‌ ପରିଦର୍ଶନ କରିଥିଲେ । ଏହି ଅବସରରେ ସ୍କୁଲର ପରିବେଶ ବୁଲାବୁଲି କରି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଲାପ କରିଥିଲେ । ଏଥି ସହ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ସ୍କୁଲରେ ଦିଆଯାଉଥିବା ଶିକ୍ଷା ପଦ୍ଧତି ଉପରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ବିଡିଓ ବିଭିନ୍ନ ବିଷୟ ଆଲୋଚନା କରିବା ଅବସରରେ କିଭଳି ଭାବେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇ ପାରିବ, ଯାହା ଛାତ୍ରଛାତ୍ରୀମାନଙ୍କୁ ବୋଧଗମ୍ୟ ହୋଇପାରିବ ସେ ଉପରେ ବିଭିନ୍ନ ପ୍ରକାର ଉଦାହରଣ ଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବୋଧଜ୍ଞାନ ଶିକ୍ଷା ଦେଇ ଶୃଙ୍ଖଳିତ ଭବିଷ୍ୟତ ଗଠନ ଦିଗରେ ଯତ୍ନବାନ ହେବା ପାଇଁ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟ ପ୍ରିନସିପାଲ ସୁଜାତା ବାରିକଙ୍କ ସହ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ମିଶ୍ର, ଭିକ୍ଟୋରିଆ ନାଗ, ଗୌତମ ହରପାଲ, କରିଶ୍ମା ପ୍ରିୟଦର୍ଶନୀ ବଗର୍ତି, ମୌସୁମୀ ତାଣ୍ଡି, ସାବିତ୍ରୀ ମହାନନ୍ଦ, ଦୀପ୍ତି ମହାନନ୍ଦ, ଜିତାଞ୍ଜଳି ତାଣ୍ଡି, ପ୍ରଭାତି ହରପାଲ, ସଙ୍ଗୀତା ଦୀପ, ସୁନିତା ଦୋରା, ରେଣୁକା ସାହୁ, ଆରତୀ ମାଝୀଙ୍କ ସମେତ ବିଦ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 − two =

error: Content is protected !!