om academy

ତାଲପାଲିପଡା ଶାରଦୀୟ ଦୁର୍ଗାପୂଜା ମହୋତ୍ସବ ପରିଦର୍ଶନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଲପାଲିପଡା ଶାରଦୀୟ ଦୁର୍ଗାପୂଜା ମହୋତ୍ସବରେ ଯୁବନେତା ଅର୍କେଷ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକାସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଯୋଗଦାନ କରି ମା’ ଦୁର୍ଗାଙ୍କ ଦର୍ଶନ କରି ତାଲପାଲିପଡାବାସୀଙ୍କ ପାଇଁ ଶୁଭ କାମନା ମନାସୀ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୁବନେତା ତାଲପାଲିପଡାର ସର୍ବ ପୁରାତନ ରାମଲୀଳା ନାଟକ ପାଇଁ ତାଲପାଲିପଡା ପ୍ରସିଦ୍ଧ । ସେହି କଳା ସଂସ୍କୃତି ଓ ଐତିହ୍ୟର ପରମ୍ପରା ଜୀବିତ ଥିବାର ପ୍ରମାଣ ଦେଉଛି ଆଜିର ଏହି ତାଲପାଲିପଡା ଦୁର୍ଗାପୂଜା ମହୋତ୍ସବ । ସେହି ପରମ୍ପରାକୁ ବଞ୍ଚାଇବା ପ୍ରୟାସ ଜାରି ରହୁ ବୋଲି ଯୁବନେତା ଅର୍କେଷ ଜଣାଇଥିଲେ ।

Leave A Reply

Your email address will not be published.