oom

ପ୍ରଡ୍ୟୁସର୍‌ କମ୍ପାନୀର ବାର୍ଷିକ ବୈଠକ

jsmm

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରେ ମିଳିତ ଉତ୍‌ଥାନ ପ୍ରଡ୍ୟୁସର କମ୍ପାନୀର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ସଭା ପରିଚାଳନା କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ଏଡିଏଚ୍‌ ମନବୋଧ ମାଝୀ, ସମ୍ମାନିତ ଅତିଥି ଭାବେ ଓଏଲ୍‌ଏମ୍‌ ବିପିଏମ୍‌ ଗୋପାଳକୃଷ୍ଣ ଦୀପ, ବିଏଲ୍‌ସି ବ୍ରଜମୋହନ ସ୍ୱାଇଁ, ବିପିସି ଉଜ୍ୱଳ ପୁଟେଲ, ଦାଶରଥୀ ବେହେରା, କିଶୋର ଭୋଇ ୟୁନିସେଫର ଦୀପକ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ରାଧେକୃଷ୍ଣ ଦୀପ, ମାଧୁରୀ ତାଣ୍ଡି, ହେମକାନ୍ତି ପୁଟେଲ ଓ ପ୍ରମୋଦିନୀ ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଜୟସିଂ ବନଛୋର, ସଂଜିତା ହାତୀ, ଲଳିତ ରଣା, ମହେନ୍ଦ୍ର ବାଗ, ସୁଶୀଳ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.