pakka

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଭ୍ରମଣରେ ଗୁଜୁରାଟର ଶିକ୍ଷା ସଚିବ

bbehera

ସାକ୍ଷିଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଗୁଜୁରାଟର ଶିକ୍ଷା ସଚିବ ମହେଶ୍‌ ମେହେଟା ଓ ପୁରୀ ଜିଲ୍ଲାର ଶିକ୍ଷା ଅଧିକାରୀ ଡ. ବିଶ୍ୱଜିତ ଘୋଷ ମଧ୍ୟାହ୍ନ ସମୟରେ ପହଞ୍ଚିବା ପରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ଭବମ୍‌ ପ୍ରଧାନ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ପୂଣ୍ୟାତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ, ଧୂପ ଓ ଦୀପ ପ୍ରଦାନ କରିଥିଲେ ଶ୍ରୀ ମେହେଟା । ପରେ ସ୍ମାର୍ଟ କ୍ଲାସ୍‌ ରୁମ୍‌ ପରିଦର୍ଶନ କରିବା ସହ ଛାତ୍ରମାନଙ୍କ ସହ ଭାବ ଆଦାନ ପ୍ରଦାନ କରାଇଥିଲେ । ବିଦ୍ୟାଳୟର ବାର୍ଷିକ ମୂଖପତ୍ର “ରତ୍ନଚିରା”କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା ଉଭୟ ଅତିଥିଦ୍ୱୟଙ୍କୁ । ବିଦ୍ୟାଳୟ ସଂପର୍କରେ ଐତିହାସିକ ତଥ୍ୟ ସଚିବ ଶ୍ରୀ ମେହେଟାଙ୍କୁ ଅବଗତ କରାଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ଘୋଷ । ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ବସନ୍ତ କୁମାର ସ୍ୱାଇଁ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

nine − two =

error: Content is protected !!