jayashree

ଭାଇଚାରାର ପର୍ବ ରକ୍ଷାବନ୍ଧନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା, ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି, ଗ୍ରାମର ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ ଠାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ ହୋଇଯାଇଛି । ସଙ୍ଗୀତ ଗୁରୁ ଶିବ ପ୍ରସାଦ ସାହୁଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ଉକ୍ତ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ଭୁବନେଶ୍ଵର ଶାମଲ ମୁଖ୍ୟ ଅତିଥି ଏବଂ କମିଟି ସଭ୍ୟ ହୃଦାନନ୍ଦ ଷଡ଼ଙ୍ଗୀ ଯୋଗଦାନ କରି ଅନ୍ତେବାସୀମାନଙ୍କୁ ଉତ୍ସାହିତ କରିଥିଲେ ଓ ରକ୍ଷାବନ୍ଧନ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ବୟୋଜ୍ୟେଷ୍ଠ ନାଗରିକ ଆବାସର ମହିଳା ଅନ୍ତେବାସୀମାନେ ସମସ୍ତ ପୁରୁଷ ଅନ୍ତେବାସୀମାନଙ୍କୁ, ନିଜର ଭାଇ ସଦୃଶ ମନେକରି ଫୁଲ ଚନ୍ଦନ ଦେଇ ଅର୍ଚ୍ଚନା କରିବା ସହିତ ସମସ୍ତଙ୍କ ମଙ୍ଗଳ ମନାସି ଜଗତର କଲ୍ୟାଣ କାମନା କରିଥିଲେ । ସମସ୍ତ ଅନ୍ତେବାସୀ ଭାଇଚାରାର ନିଦର୍ଶନ ସ୍ୱରୂପରେ ନିଜ ନିଜ ଭିତରେ ରାକ୍ଷୀ ବନ୍ଧାବନ୍ଧି ହୋଇ ଜଗତର କଲ୍ୟାଣ କାମନା କରିଥିଲେ ଏବଂ ମିଷ୍ଟାନ୍ନ ବଣ୍ଟା ବଣ୍ଟି ହୋଇ ଆନନ୍ଦିତ ହୋଇଥିଲେ । ରମାକାନ୍ତ ସାହୁ, ସୁରେଶ ମହାକୁଡ଼, ସାନନ୍ଦ ଷଡ଼ଙ୍ଗୀ, ଗତି କୃଷ୍ଣ ସାହୁ, ରକି ବାଗ, ସଞ୍ଜୁ ବିଶ୍ୱାଳ, ଚତୁଃର୍ଭୁଜ ଭୋଇ, ନିବେଦିତା ସାମଲ, ବିରାଟ ସାମଲ, ସାନନ୍ଦ ଭୋଇ ଓ ଉଷା ରାଣୀ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.