pakka

ଓଡ଼ିଶୀ କଣ୍ଠ ସଙ୍ଗୀତ ବିଶାରଦ ବିଜୟ ପ୍ରଧାନଙ୍କ ପରଲୋକ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ କଳାକାର ତଥା ଓଡିଶୀ କଣ୍ଠ ସଙ୍ଗୀତ ବିଶାରଦ ଗୁରୁ ବିଜୟ କୁମାର ପ୍ରଧାନ (୫୩ )ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ପତ୍ନୀ, ଜଣେ ବିବାହିତ ଝିଅ ଓ ଜଣେ ପୁଅ(ବି-ଟେକ ପଢ଼ନ୍ତି) ରହିଛନ୍ତି । ତାଙ୍କ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀବହୁଳ ଗ୍ରାମ ପାଲେମାରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ସେ ଜୀବନର ଶେଷ ପର୍ଯ୍ୟନ୍ତ ଶାସ୍ତ୍ରୀୟ ଓଡିଶୀ ସଙ୍ଗୀତରେ ପାରଦର୍ଶିତା ହାସଲ କରି ଶାସ୍ତ୍ରୀୟ କଳା ସଙ୍ଗୀତକୁ ବଞ୍ଚାଇବା, ଉଜୀବିତ କରାଇବା ନିମନ୍ତେ ଅହରହ ସଂଗ୍ରାମ ଜାରି ରଖିଥିଲେ । ଦୀର୍ଘ ବର୍ଷ ଧରି ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ସାଧକ ଓ ଶିକ୍ଷକ ଭାବେ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ପରିଚିତ ଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ପ୍ରତିଷ୍ଠିତ ବିନୋଦବିହାର କ୍ଲବ ପରିସରରେ ଥିବା ରାଜ୍ୟର ଦ୍ୱିତୀୟ କଳା ପ୍ରତିଷ୍ଠାନ ଛତ୍ରପୁର କଳା ବିକାଶ କେନ୍ଦ୍ରର ଜଣେ ପୁରୁଖା ସଦସ୍ୟ ଏବଂ ଓଡିଶୀକଣ୍ଠ ସଙ୍ଗୀତ ବିଶାରଦ ଶିକ୍ଷକ ବା’ ଗୁରୁ ଥିଲେ । ସେହିପରି ଗଞ୍ଜାମ କଳା ପରିଷଦ(ବ୍ରହ୍ମପୁର) ଏବଂ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ଗାନ୍ଧର୍ବ କଳା ଅନୁଷ୍ଠାନର ଶିକ୍ଷକ ଥିଲେ । ତାଙ୍କରି ଅଧୀନରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ଦେଶବିଦେଶରେ ସୁନାମ ଅର୍ଜନ କରିଆସିଛନ୍ତି । ତାଙ୍କରି ବିୟୋଗରେ ଛତ୍ରପୁର କଳାବିକାଶ କେନ୍ଦ୍ର ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଛତ୍ରପୁର ବିନୋଦବିହାର କ୍ଲବର ସାଧାରଣ ସମ୍ପାଦକ ଗୁରୁଶ୍ରୀ ବଟକୃଷ୍ଣ ତ୍ରିପାଠୀ, କଳାବିକାଶକେନ୍ଦ୍ର କାର୍ଯ୍ୟାଳୟ ପରିଚାଳକ ଉମେଶକୁମାର ବେହେରା, ସଭାପତି ରାମଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଜଣେ ବରିଷ୍ଠ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତଜ୍ଞକୁ ହରାଇବା ଦ୍ୱାରା ସଂସଦର ବହୁତ କ୍ଷତି ଘଟିଛି ବୋଲି ବର୍ଣ୍ଣନା କରାଯାଇଛି । ସେହିପରି ଗଞ୍ଜାମ କଳା ପରିଷଦ, ବ୍ରହ୍ମପୁର ଏବଂ ପାରଳାଖେମୁଣ୍ଡି କଳା ସଂଗଠନ ପକ୍ଷରୁ ଶୋକସଭା କରାଯାଇଛି ।

jay balangir
Leave A Reply

Your email address will not be published.

three + fifteen =

error: Content is protected !!