om academy

ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ‘ଆମ ପୋଲିସ ସମିତି’ ପକ୍ଷରୁ ବିଷ୍ଣୁମୁଣ୍ଡା ଠାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ଡ଼ିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଉପସ୍ଥିତ ରହି ଅଂଚଳବାସୀଙ୍କୁ ପୋଲିସର ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଇଥିବା ବେଳେ ଏଥିରେ ବହୁ ଗ୍ରାମବାସୀ ଯୋଗଦାନ କରିଥିଲେ । ସମାଜରେ ଅପରାଧ ଦମନ ଦିଗରେ ପୋଲିସ ଓ ଜନସାଧାରଣଙ୍କ ସଂପର୍କ ନିହାତି ଆବଶ୍ୟକ ରହିଥିବା ସଂପର୍କରେ ବୈଠକରେ ଲୋକଙ୍କୁ ଅବଗତ କରାଇବା ସହ ସିସିଟିଭି ଲଗାଯିବା ତଥା ପୋଲିସ ପେଟ୍ରୋଲିଂ ସଂପର୍କରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

one × 5 =