csstore

ଯୁବ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବଲାଙ୍ଗିର ସହର ନିକଟସ୍ଥ ଶାଲେପାଲି ଗ୍ରାମର ଦୀପକ ଛେତ୍ରୀ ନାମକ ଏକ ଲାଇନ୍‌ମ୍ୟାନ୍‌ଙ୍କ ପରଲୋକ ହୋଇଯାଇଛି । ସେ ପୁଇଁନ୍ତଲାରେ ଆର୍‌ଇସିରେ ଲାଇନ୍‌ମ୍ୟାନ୍‌(ବି) ଭାବରେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ସେ ରୋଗରେ ଆକ୍ରାନ୍ତ ରହି ବହୁ କଷ୍ଟ ଅନୁଭବ କରୁଥିଲେ । ବହୁ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିଲା । ଗତରାତି ୨.୩୦ ଟାରେ ୩୯ ବର୍ଷ ବୟସରେ ଆକସ୍ମିକ ଭାବେ ତାଙ୍କର ବିୟୋଗ ଘଟିଛି । ଦୀପକଙ୍କ ମୃତ ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଆଜି ସକାଳେ ପୁଇଁନ୍ତଲା ଗ୍ରୀଡ୍‌ରେ ଏକ ଶୋକସଭା ହୋଇଥିଲା ଏହି ସଭାରେ ପବିତ୍ର ଖୁଣ୍ଟିଆ, ଶିବ ମିସ୍ତ୍ରୀ, ରମେଶ ସାହୁ, ଟୁନୁ ଚନ୍ଦନ, ରିଙ୍କୁ ପଧାନ, ପ୍ରିୟନାଥ ଦଣ୍ଡସେନା ଏବଂ ପ୍ରଶାନ୍ତ ସାଏ ଉପସ୍ଥିତ ରହି ଦୀପକଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

jayashree
Leave A Reply

Your email address will not be published.