pakka

ଛତ୍ରପୁର ବ୍ଲକ ଜିପିଇଓଙ୍କ ପରଲୋକ

bbehera

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକର କାର୍ଯ୍ୟରତ ଜିପିଇଓ ସହଦେବ ମହାରଣାଙ୍କ ପରଲୋକ ହୋଇଥିବା ଜଣାପଡିଛି । ସେ ଗତ କିଛି ଦିନ ତଳେ କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ କରୁଥିବା ବେଳେ ଆଜି ଖଜୁରିଆ ଗ୍ରାମସ୍ଥିତ ନିଜସ୍ୱ ବାସ ଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ବିୟୋଗରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଛି । ଏହାର ଖବର ପାଇ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ ଓ ବ୍ଲକର ସମସ୍ତ କର୍ମଚାରୀ ମାନେ ଖଜୁରିଆ ଗ୍ରାମରେ ପହଂଚି ତାଙ୍କ ଶେଷ ଦର୍ଶନ କରିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର ଭାବେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ଗତ ବର୍ଷ କରୋନା ମହାମାରୀ ସମୟରେ ପ୍ରବାସୀମାନଙ୍କ ଆଗମନରେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନାରେ ସହଯୋଗ କରିଥିଲେ । ଏହା ସହ ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ସମୟରେ କିପରି ଲୋକମାନେ ସଂକ୍ରମଣରୁ ଦୁରେଇ ରହିପାରିବେ ସେଥି ନିମନ୍ତେ କାର୍ଯ୍ୟ କରିଆସୁଥିଲେ ।

ଏହାର ସୂଚନା ପାଇ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀଙ୍କ ସମେତ ବହୁ ଜନ ପ୍ରତିନିଧି ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ଥାନୀୟ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତରେ ସ୍ୱର୍ଗତ ମହାରଣାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

jay balangir
Leave A Reply

Your email address will not be published.

sixteen − sixteen =

error: Content is protected !!