ବଲାଙ୍ଗିର, (କେପିଏନ୍ଏସ୍) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ଲକ୍ଷ୍ମୀ ନାରାୟଣପଡାରେ ବାସ କରୁଥିବା ସ୍ୱର୍ଗତ ଭିକାରୀ ଚରଣ ସାହୁଙ୍କ ଧର୍ମପତ୍ନୀ ସୁଶିଳା ସାହୁ (୮୩)ଙ୍କ ପରଲୋକ ଘଟିଛି । ସେ ବହୁ ଦିନରୁ ବାର୍ଧ୍ୟକ୍ୟଜନିତ ଯୋଗୁଁ ଶଯ୍ୟାଶାୟୀ ଥିଲେ । ଶ୍ରୀମତୀ ସାହୁ ମିଷ୍ଟଭାଷୀ, ପରୋପକାରୀ ଓ ମେଳାପୀ ମହିଳା ଭାବରେ ପରିଚିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପୁଅ ଅଶୋକ ସାହୁ, ସୁରେଶ ସାହୁ, ପୁତ୍ରବଧୁ କଳ୍ପନା ସାହୁ, ଉର୍ବଶୀ ସାହୁ ଓ ସୁରେଖା ସାହୁ, ନାତି ଅମିତ ସାହୁ, ସୁମିତ ସାହୁ, ସାଇପ୍ରସାଦ ସାହୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ବେଳେ ବଡ଼ ପୁଅ ଅଶୋକ ସାହୁ ମୁଖାଗ୍ନି ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।