
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ପିପଲଗୁଡ଼ା ଗ୍ରାମର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଲାଭ କରି ଜୟପାଟଣାରେ ଅବସ୍ଥାନ କରୁଥିବା କୃଷି ଉଦ୍ୟୋଗୀ ପ୍ରମିଳ କୁମାର ପଣ୍ଡା(୬୯)ଙ୍କ ଜୟପାଟଣା ସ୍ଥିତ ନିଜ ବାସଭବନରେ ପରାଲୋକ ହୋଇଯାଇଛି । ରବିବାର ସକାଳୁ ଗୁରୁତର ହେବାରୁ ପଡୋଶୀମାନେ ଜୟପାଟଣା ଡାକ୍ତଖାନା ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସାମାଜିକ ସମ୍ପର୍କକୁ ସବୁବେଳେ ଅତୁଟ ରଖି ଆସିଥିବା ସ୍ୱର୍ଗତ ପଣ୍ଡା ଦୁଇଦିନ ତଳେ ନିଜ ଗୃହ ପରିସରରେ ନବ ନିର୍ମିତ ବିମଳା ପାର୍କର ଅନେକ ଆମନ୍ତ୍ରିତ ଅତିଥି ମାନଙ୍କୁ ନେଇ ଶୁଭ ଉଦ୍ଘାଟନ କରିଥିଲେ । ପତ୍ନୀ ସ୍ୱାସ୍ଥ୍ୟ ଦୃଷ୍ଟିରୁ କୋଲକାତାରେ ରହିଥିବା ବେଳେ ଏକ ମାତ୍ର ପୁତ୍ର ଗତକାଲି ଭୁବନେଶ୍ୱର ଚାଲି ଯାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସମସ୍ତ ପରିବାର ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।