jayashree

ବଲାଙ୍ଗିର ରାଜେନ୍ଦ୍ର ପାର୍କରେ ମହାସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳ ମହିଳା ବିକାଶ ପରିଷଦ, ପାତାଞ୍ଜଳୀ ଯୋଗ ପୀଠ, ମାଲପଡ଼ା ରାମାସ୍ୱାମୀ ମହିଳା କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ବର୍ଷର ଥିମ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ଆଧାର କରି ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ-ଯୁବତୀ ଓ ବରିଷ୍ଠ ନାଗରିକ ସାମିଲ ହୋଇଥିଲେ । ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକ ମିଶ୍ରଙ୍କ ଆୟୋଜନରେ ପାତାଞ୍ଜଳୀ ଯୋଗପୀଠର ସୂଜାତା ଦିଶ୍ରୀ, ଦୀପ୍ତୀମୟୀ ମିଶ୍ର, ସରୋଜା ମାଝୀଙ୍କ ନେତୣତ୍ୱରେ ପ୍ରଭାତରୁ ପାତାଞ୍ଜଳୀ ଯୋଗ ପୀଠର ଯୋଗ ଗୁରୁଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର, ପ୍ରାଣାୟାମ ଓ ବିଭିନ୍ନ ଆସନ ଅଭ୍ୟାସ କରାଯାଇଥିଲା । ଉତ୍କଳ ମହିଳା ବିକାଶ ପରିଷଦର ସଦସ୍ୟା ଶ୍ରୀମତୀ ନିହାରିକା ମିଶ୍ର କହିଥିଲେ, “ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଶରୀର, ମନ ଓ ଆତ୍ମାକୁ ଯୋଡ଼ିବାର ମାଧ୍ୟମ । ଆଜି ସବୁ ସଂଗଠନ ଏକାଠି ହୋଇ ଏହି ବାତ୍‌ର୍ତ୍ତା ଦେଇଛୁ ।” ଉତ୍କଳ ମହିଳା ବିକାଶ ପରିଷଦର ସବିତା ରାଣୀ ମିଶ୍ର, ମମତା ସୁନା, ସୂଜାତା ନନ୍ଦ, ଦୀପାଳୀ ସାହୁ,ସଙ୍ଗୀତା ସିଂଦେଓ, ଦେବସ୍ମିତା ତ୍ରିପାଠୀଙ୍କ ସମେତ ଅନେକ ସଦସ୍ୟା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀ ନିୟମିତ ଯୋଗ କରିବା ଓ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ ।

Leave A Reply

Your email address will not be published.