jayashree

ମାୟାବର୍ହା ଉଚ୍ଚ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଯୋଗ, ଧ୍ୟାନ ଓ ପ୍ରାଣାୟାମ ଏ ତିନିହେଁ ସୁସ୍ଥ ଶରୀରର ଉତ୍ତମ ଲକ୍ଷଣ । ଏକ ସୁସ୍ଥ ଶରୀର ପାଇଁ ସୁସ୍ଥ ମନ ଆବଶ୍ୟକ । ଏହି ଲକ୍ଷ୍ୟ ନେଇ ଆଜି ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ଯୋଗ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ସଭାରେ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ଯୋଗଦାନ କରି ସୁସ୍ଥ ଜୀବନ ଯାପନ ପାଇଁ ଯୋଗର ଆବଶ୍ୟକତା ବିଷୟରେ ମତ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିନିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର ଭୋଇ, ଶିକ୍ଷାବିଡ ସମ୍ପଦ ଖମାରୀ, ଯୋଗ ପ୍ରଶିକ୍ଷକ ସୁନିଲ କୁମାର ସାହୁ ଯୋଗଦାନ କରି ଯୋଗାସନର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରିଥିଲେ । ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାରର ସୋପାନ ଗୁଡ଼ିକ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ । ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରୀମୟୀ ସେଠୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଆଲୁମିନି ସଦସ୍ୟ କିରନ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ଓ କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର, ବିଭୀଷଣ ଖମାରୀ ଓ କିଶୋର ପଟେଲ ସହଯୋଗ କରିଥିଲେ ।

Leave A Reply

Your email address will not be published.