jayashree

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀର ଅନୁଦାନ ପରିଚାଳନା ଓ ପ୍ରକଳ୍ପ ପ୍ରଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ “ଅନୁଦାନ” ଥିମରେ ଗ୍ରାଣ୍ଟ ମ୍ୟାନେଜମେଣ୍ଟ ସେମିନାର ଆଜି ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଜୀକରଣ ପରେ ପୂର୍ବାହ୍ନରେ ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଗଣେଶ ବନ୍ଦନା ସହିତ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ହୋଷ୍ଟ କ୍ଲବ ‘ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି’ର ସଭାପତି ରୋଟାରିଆନ୍ ବୀଣାପାଣି ରଥ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ । ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ସେମିନାର ଅଧ୍ୟକ୍ଷା ପିପି ଡା. ଅଞ୍ଜନା ମୈତ୍ର ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ଡିଜିଇ ଆଲମ ସିଂ ରୂପରା ଅନୁଦାନ ପ୍ରକଳ୍ପର ମହତ୍ୱ ଉପରେ ଆଲୋକପାତ କରିଥିଲେ । ପିଡିଜି ଶଶୀ ବଲବନ୍ଦ କୌର (ଏଆର୍‌ଆର୍‌ଏଫ୍‌ସି -୨୬-୨୭) ଅନୁଦାନର ପ୍ରକାର ଓ ଡିଷ୍ଟ୍ରିକ୍ଟ ଅବଲୋକନ ସମ୍ପର୍କରେ ପିପିଟି ଉପସ୍ଥାପନ କରିଥିଲେ । ରୋଟାରିଆନ୍ ଦେବଜିତ୍ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ଲେନାରୀ ସେସନରେ ରୋଟାରୀ ଲିଡର ଓ ବିଶେଷଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ସୁଶ୍ରୀ ଯୋଗିତା ଶର୍ମା, (ଆର୍‌ଆଇଏସ୍‌ଏଓ ) “କିପରି ଦୃଢ଼ ଷ୍ଟୁଆର୍ଡସିପ ବିକଶିତ କରିବେ’ ସେ ବିଷୟରେ ଆଲୋଚନା କରିଥିଲେ । ପିଡ଼ିଜି ଏଫ୍‌.ସି. ମହାନ୍ତି( ଡିଏଲ୍‌ଏଫ୍‌- ୨୬-୨୭) “ସ୍ଥାୟିତ୍ୱର ସ୍ତମ୍ଭ” ଉପରେ ଆଲୋଚନା କରିଥିଲେ । ଡି.ଆର୍‌. ପଟ୍ଟନାୟକ (ଡିଆର୍‌ଏଫ୍‌ସି) “ଗିଭିଙ୍ଗ ଆଣ୍ଡ ଲିଭିଙ୍ଗ ରୋଟାରୀ” ସମ୍ପର୍କରେ ସୁନ୍ଦର ଭାବେ ବକ୍ତବ୍ୟ ରଖିଥିଲେ । ପିପି ପ୍ରଦୀପ ଲାଠ “ଗ୍ଲୋବାଲ ଗ୍ରାଣ୍ଟ ଓ ସିଏସ୍‌ଆର୍‌ ” ବିଷୟରେ ବକ୍ତବ୍ୟ ରଖିଥିଲେ । ଖିଳେଶ ତ୍ରିବେଦୀ (ପିଡିଜି) “କମ୍ୟୁନିଟି ଆସେସମେଣ୍ଟ ଓ ଗ୍ଲୋବାଲ ଗ୍ରାଣ୍ଟର ପ୍ରଭାବ” ଉପରେ ଗୁରୁତ୍ୱ ଦେଇଥିଲେ । ଅଜୟ ଅଗ୍ରୱାଲ (ଡିଏସଜିଡି) “କ୍ଲବ ଯୋଗ୍ୟତା, ଏମଓୟୁ ଏବଂ ଜିଜି ପାଇଁ କିପରି ଆବେଦନ କରିବେ” ସେ ସମ୍ପର୍କରେ ବୁଝାଇଥିଲେ । ପ୍ରଶ୍ନୋତ୍ତର ଅଧିବେଶନ ଓ ସମ୍ବର୍ଦ୍ଧନା ପରେ ରୋଟାରିଆନ୍ ସରିତା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ । ଓନ୍ ପିପି ପୁତୁଲ ରାହୁଲ (କୋ- ଚେୟାର )ମାଷ୍ଟର ଅଫ ସେରିମୋନି ଦାୟିତ୍ୱ ସୂଚାରୁ ରୁପେ ତୁଳାଇବା ସହ ଏହି କାର୍ଯ୍ୟକ୍ରମ “ସ୍ଥାୟୀ ପ୍ରଭାବ ସୃଷ୍ଟି ପାଇଁ ଆଗକୁ ବଢ଼” ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପରେ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରୋଟାରୀୟାନ ଲଳିତା ମୁଦାଲି, ରଶ୍ମି ନାୟକ, ଟୁନି ଦେବି ସାହୁ, ନମିତା ଆଚାର୍ଯ୍ୟ, ରଶ୍ମି ମିଶ୍ର, କୋମଲ ଅଗ୍ରୱାଲ, ପିଉ ଗୁହା, ନିଲମ ରତ୍ନାକର, ପୁନମ କପୁର, ପ୍ରତିଭା ଦେବି, ଆଶିଷ ନାୟକ, ଶୁଚିସ୍ମିତା ବିଶ୍ୱାସ, ବିଜୟ ବୈଭବ ରାୟ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.