ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠିଙ୍କର ୮୧ ବର୍ଷ ବୟସରେ ନିଜ ହାତୀଶାଳପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ସଚ୍ଚୋଟ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟ ଶଯ୍ୟା ନିକଟରେ ପୁଅ ଗୋପାଳ, ସନ୍ତୋଷ, ଦୁଇ ବୋହୂ, ଯାମାତା ରାଜୁ, ସରୋଜ, କଲ୍ୟାଣ, ଝିଅ ପଦ୍ମିନୀ, ନିଳିମା, ସବିତା ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିିୟା ଅନୁଷ୍ଠିତ ହୋଇଥିଲା । ଦୁଇ ପୁଅ ଗୋପାଳ ଓ ସନ୍ତୋଷ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.