csstore

ହୀରାଲାଲ ବଘାରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଘଣ୍ଟବାହାଲ ଗ୍ରାମର ହୀରାଲାଲ ବଘାରଙ୍କ ୭୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଭକ୍ତବନ୍ଧୁ, ରାଧାକାନ୍ତ, ଦୁଇ ବୋହୂ ଭଗବତୀ, ରୀତା, ଭାଇ ରାମ, ରଘୁନାଥ, ପୁତୁରା ଦୁର୍ଯ୍ୟୋଧନ, ବିନୋଦ ବିହାରୀ, ଉଗ୍ରସେନ, ଦୁଃଶାସନ, କାର୍ତ୍ତିକ, ତରଣୀ, ଝିଅ ଜ୍ୱାଇଁ ବୁଦ୍ଧୁ ଖେତି, ହେମନ୍ତି, ବିପିନ ବାରିକ, ଶ୍ୟାମକାନ୍ତୀ, ଭ୍ରମର ମାହାର, ମାଧବୀଙ୍କ ସହ ସମସ୍ତ ନାତିନାତୁଣୀ, ପରିବାର, ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଅନ୍ତେଷ୍ଟି କ୍ରିୟାରେ ସାମିଲ ହୋଇଥିଲେ । ସେ ଜଣେ ମିଷ୍ଟଭାଷୀ, ଅମାୟିକ ତଥା ଭଗବତ ପ୍ରେମୀ ରୂପେ ଅଞ୍ଚଳରେ ସୁପରିଚିତ ଥିବାରୁ ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରୟାଗ ତୀର୍ଥ ଗଙ୍ଗାରେ ତାଙ୍କ ଅସ୍ଥି ବିସର୍ଜନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ସାନ ପୁଅ ରାଧାକାନ୍ତ ବଘାର ମୁଖାଗ୍ନି ଦେଇଥିଲେ ।

jayashree
Leave A Reply

Your email address will not be published.