csstore

ମାଁ ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ମାନବ ସମାଜର ଅଗ୍ରଗତି ଅସମ୍ଭବ । ସୁନ୍ଦର ପରିବେଶ ଏବଂ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ମାଁ ମାହେଶ୍ୱରୀ ସେନା ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ଖଲିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ବଂଶୀଧର ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସର ତଥା ଖେଳ ପଡିଆର ଚାରି ପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଂଜନ ତ୍ରିପାଠୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଶିକ୍ଷୟତ୍ରୀ ସାଧନା ସ୍ୱାଇଁ, ସର୍ଜନ ପଟେଲ, ସୁରେଶ କୁମାର ସରଙ୍ଗି, ଚମ୍ପେଶ୍ୱର ମେଶ୍ୱା, କୁଶ ମହାକୁର, ଅଶୋକ ପଲତା ଏବଂ ଛାତ୍ରଛାତ୍ରୀ ସହିତ ମାଁ ମାହେଶ୍ୱରୀ ସେନାର ସଂଜୀବ ମହାକୁର, ସୁରେଶ କମ୍ପ, ଅରୁଣ ପଲତା, ରମାକାନ୍ତ ମେଶ୍ୱା, ଅନିଲ ପଲିଆ, ନବୀନ ପ୍ରଧାନ, ସନତ ପଧାନ, ମନୋଜ କରନ, ଲକ୍ଷ୍ମୀକାନ୍ତ ମହାକୁର, ରାଘବ ମହାକୁର, ପ୍ରଶାନ୍ତ କର୍ମୀ, ମୋହନ ମହାକୁର, ଗଜିନ୍ଦ୍ର ସିଂ, ସଚ୍ଚିଦାନନ୍ଦ ପଧାନ ଏବଂ ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ଏହି ମହାନ କାମଟି ସମ୍ପୂର୍ଣ୍ଣ ହୋଇଥିଲା । ପରିଶେଷରେ ମାଁ ମାହେଶ୍ୱରୀ ସେନା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷର ଉପକାରିତା ଏବଂ ବୃକ୍ଷ କିଭଳି ମାନବ ସମାଜର ଉପକାର ସାଧନ କରୁଛି ତାହାର ସମ୍ୟକ ଧାରଣା ଦିଆଗଲା । ପ୍ରଧାନ ଶିକ୍ଷକ ଚିତ୍ତରଂଜନ ତ୍ରିପାଠୀ ମାଁ ମାହେଶ୍ୱରୀ ସେନାକୁ ଧନ୍ୟବାଦ ଜଣାଇବା ସହିତ ସେନାର ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.