pakka

କୁମାର ବିମଳ ଚନ୍ଦ୍ର ସିଂହଦେଓଙ୍କ ପରଲୋକ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜ ପରିବାର ସଦସ୍ୟ କୁମାର ବିମଳ ଚନ୍ଦ୍ର ସିଂହଦେଓ(୮୯)ଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ରାଜା ଦୁର୍ଗା ମାଧବ ସିଂହଦେଓଙ୍କ ସାନପୁତ୍ର ବିମଳ ଚନ୍ଦ୍ର ମ.ରାମପୁର ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକରହି ମହାବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଅଶୀ ଦଶକରେ ମୁଖ୍ୟଭୂମିକା ନିର୍ବାହ କରିଥିଲେ । ନବେ ଦଶକରେ ମ.ରାମପୁରରେ ଶିଶୁ ମନ୍ଦିରର ପ୍ରତିଷ୍ଠାତା ସଭାପତି ରହି ଶିଶୁ ମନ୍ଦିର ଆରମ୍ଭ କରିଥିଲେ । ମ.ରାମପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ମଧ୍ୟ ମ.ରାମପୁରର ବିକାଶ ଦିଗରେ ଅନେକ କାର୍ଯ୍ୟ କରିଥିଲେ । ଶତାୟୁ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘର ସଭାପତି ରହି ଦୀର୍ଘ ଦିନ ନିଜ ଦାୟିତ୍ଵ ସଂପାଦନ କରିଥିଲେ । ବିଭିନ୍ନ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ ରଖି କାର୍ଯ୍ୟ ସଂପାଦନ କରି ଆସୁଥିଲେ । ତେବେ ଗତ କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଘରେ ରହି ଥିଲେ । ସେ ଚିର କୁମାର ରହି ଥିବାବେଳେ ଆଜି ତାଙ୍କରି ପରଲୋକରେ ମ.ରାମପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

4 × 2 =

error: Content is protected !!