pakka

ବିଜେପିର ହେବିୱେଟ ନେତା ଧର୍ମେନ୍ଦ୍ରଙ୍କ ନିର୍ବାଚନୀ ସଭା

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଓଡିଶାର ଚର୍ଚ୍ଚିତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଶନିବାର ଦିନ ସ୍ଥାନୀୟ ଆଲିଶାନ ପ୍ୟାଲେସ୍‌ ସମ୍ମୁଖସ୍ଥିତ ପଡିଆରେ ଭାରତୀୟ ଜନତା ପାର୍ଟିର ଏକ ବିଶାଲ ପରିବର୍ତ୍ତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକ୍ୟାପ୍ଟର ଯୋଗେ ସଭାସ୍ଥଳକୁ ପହଂଚିଥିଲେ । ହଜାର ହଜାର ସଂଖ୍ୟାରେ ଜନସାଧାରଣ ସଭାରେ ଉପସ୍ଥିତ ଥିଲେ । ହେଲିକ୍ୟାପ୍ଟର ଠାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଜପା କର୍ମିଙ୍କଦ୍ୱାରା ସଭାସ୍ଥଳକୁ ଅଣାଯାଇଥିଲା । ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୫ ବର୍ଷର ନବୀନ ସରକାରଙ୍କୁ ଅପାରଗ ସରକାର ବୋଲି କହିଥିବା ବେଳେ ଦୀର୍ଘ ୨୫ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ? ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଦାଦନ ଗଡରେ ଆଜି ଛିଡା ହୋଇ ବିଜେପୁର ଓ ପଦ୍ମପୁର ଭଳି ଉପନିର୍ବାଚନୀରେ ଯେଉଁ ମିଥ୍ୟା ପ୍ରତିଶୃତି ଦେଇଥିଲେ, ସେଭଳି କଣ୍ଟାବାଞ୍ଜିକୁ ପ୍ରତାରଣା କରିବା ପାଇଁ ଛିଡା ହୋଇଛନ୍ତି କି ବୋଲି କହିଥିଲେ । ପୁଣିି କଣ୍ଟାବାଞ୍ଜିରେ ବିଜେଡିର ତାର ନିଜର ପ୍ରତିନିଧି ନଥିବାରୁ ସେ ଭଡାଟିଆ ପ୍ରତିନିଧି ଭାବେ ଛିଡା ହୋଇ ଅଂଚଳବାସୀଙ୍କ ସ୍ୱାଭିମାନକୁ ଆଘାତ କରିଛନ୍ତି ବୋଲି କହିଥିଲେ । ଗତ ୨ ତାରିଖ ଦିନ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡକୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ହେଲିକେପ୍ଟରରେ ଆସି ପ୍ରାର୍ଥୀପତ୍ର ଦାଖଲ ପରେ ଚାଲିଗଲେ ହେଲେ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଜଣାଇଲେ ନାହିଁ କିମ୍ବା ଆସିଲେ ନାହିଁ । ତେବେ ପ୍ରତିନିଧି ହୋଇ କଣ୍ଟାବାଞ୍ଜି ଆସିଲେ ନାହିଁ ତେବେ ଏ ଅଂଚଳର ଜନସାଧାରଣ ଆଗାମୀ ଦିନରେ କେମିତି ବିଶ୍ୱାସ କରିବେ । ତେଣୁ ଗାଁ ମାଟିର ପିଲା, ଚାଷୀ ଗରିବ ପିଲା, ଅଂଚଳର ପିଲା ଲକ୍ଷ୍ମଣ ବାଗଙ୍କୁ ଆଗାମୀ ମେ ୨୦ ତାରିଖରେ ଭୋଗଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଓଡିଶାର ୨୫ ବର୍ଷର କୁଶାସନକୁ ପରିବର୍ତ୍ତନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଲକ୍ଷ୍ମଣ ବାଗ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସୁଶାସନକୁ ତୃତୀୟ ଥର ପାଇଁ ସୁଯୋଗ ଦେବାକୁ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କ ବିଜୟୀ କରିବା ପାଇଁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ଏଥି ସହିତ ଯୋଡି ଶଙ୍ଖ ବହୁତ ଦୁଃଖ, ଯୋଡି ଫୁଲ ବହୁତ ଭଲ ବୋଲି ସେ ସମ୍ବୋଧନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ନଗର ସଭାପତି ବେଦବ୍ୟାସ ନାଗ, ବିଧାୟକଙ୍କ ପ୍ରତିନିଧି ମନୋଜ ହାତୀ, ମଣ୍ଡଳ ସଭାପତି ଗଣ ମଂଚାସୀନ ଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ । ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଅନିଲ ନାୟକ ମଂଚ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =

error: Content is protected !!