ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କର ଗୁରୁବାର ରାତି ସାଢ଼େ ୧୨ଟା ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଡା. କମଳା ଦାସ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ରହୁଥିଲେ । ଦୁଇ ସପ୍ତାହ ତଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଫୁସ୍‌ଫୁସ୍‌ ରୋଗରେ ସଂକ୍ରମିତ ଥିବା ଜଣାପଡ଼ିବାରୁ ଅଧିକ ଚିକିତ୍ସା ପାଇଁ ୧୨ ଦିନ ତଳେ ଅଶ୍ୱିନୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଶେଷରେ, ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି ।

Leave A Reply

Your email address will not be published.