pakka

ଶିକ୍ଷକ ଲୋକନାଥ ଦାଶଙ୍କ ପରଲୋକ

bbehera

ସାକ୍ଷୀଗୋପାଳ/ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସ ବିଦ୍ୟାଧର ବ୍ରାହ୍ମଣ ଶାସନ ଗାଁର ସଦା ଚଳଚଞ୍ଚଳ, ସରଳ, ଆଦର୍ଶ ଶିକ୍ଷକ ଲୋକନାଥ ଦାଶଙ୍କ(୬୧) ଗତ ୧୫ ତାରିଖ ଦିନ ରକ୍ତଚାପ ଓ ମସ୍ତିଷ୍କ ଆଘାତ ଜନିତ ରୋଗରେ ଆକସ୍ମିକ ଅକାଳ ବିୟୋଗରେ ଡେଲାଙ୍ଗ, ସତ୍ୟବାଦୀର ଦାସବିଦ୍ୟାଧରପୁର, ମଠସାହି ଆଦି ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ଭଳି ଜଣେ ନମ୍ର ଓ ସହନଶୀଳ ଅମାୟିକ ଭଦ୍ର ମଣିଷ ଆଜିର ସମାଜରେ ବିରଳ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ସେ ଦୀର୍ଘ ଦିନ ଧରି ଡେଲାଙ୍ଗ ବ୍ଲକର ଧାନକେରା, ନିମାକେରା, ଶ୍ରୀପୁରୁଷୋତ୍ତମପୁର, ଗଉଡକେରା ବିଦ୍ୟାଳୟରେ ନିଜର ଶିକ୍ଷଣ କାର୍ଯ୍ୟ ଦକ୍ଷତା, କଳାତ୍ମକର୍ମକୁଶଳତା, ନିରାଡମ୍ବର ଜୀବନଶୈଳୀ ଓ ସମସ୍ତଙ୍କୁ ଆପଣାର କରି ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ନିଜକୁ ସାମିଲ କରି ଜଣେ ଭଲ ମଣିଷ ଭାବେ ସମସ୍ତଙ୍କ ଆଦରଣୀୟ ହୋଇପାରିଥିଲେ । ନିକଟରେ ସେ ଗଉଡକେରା ବିଦ୍ୟାଳୟରୁ ଅବସର ନେଇଥିଲେ ବି ତାଙ୍କର ଶିକ୍ଷାନୁରାଗ ଓ ମଣିଷପଣିଆ ପାଇଁ ସମସ୍ତେ ତାଙ୍କୁ ମନେ ପକାଉଥିଲେ । ତାଙ୍କ ବିୟୋଗରେ ବିଇଓ ରବି ନାରାୟଣ ନନ୍ଦ, ଏବିଇଓ ଯୁଧିଷ୍ଠିର ପରିଡ଼ା, କଣାସ ବିଇଓ ଆର୍ତ୍ତତ୍ରାଣ ମିଶ୍ର, ପ୍ରାକ୍ତନ ସ୍କୁଲ ଏସ୍‌ଆଇ ହରିହର ସାହୁ, ଶିକ୍ଷାବିତ୍ ପ୍ରମୋଦ ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରସିଂହ ହୋତା, କୃଷ୍ଣ ମହାରଣା, ଦୁର୍ଯ୍ୟୋଧନ ସାହୁ, ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ଦିଗମ୍ବର ରଥ, ସିଆରସିସ ପବିତ୍ର ପଣ୍ଡା, ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନ, ପବିତ୍ର ଜେନା, ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର, ପ୍ରଣତି ମିଶ୍ର, ପ୍ରତିମା ଷଡ଼ଙ୍ଗୀ, ଶିକ୍ଷକ ଅଭୟ ଚରଣ ସାହୁ, ବିକ୍ରମ ପାତ୍ର, ପ୍ରସନ୍ନ ପାତ୍ର, ଦିଲିପ ନାୟକ ଓ ଅନ୍ୟମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରି ସେହି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ବୃଦ୍ଧ ପିତା ପ୍ରଫୁଲ୍ଲ ଦାଶ ମାତା ଓ ପତ୍ନୀ ପ୍ରତିମା ଦାଶ ତାଙ୍କର ଅନ୍ତରଙ୍ଗ ମଣିଷକୁ ହରାଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

jay balangir
Leave A Reply

Your email address will not be published.

four + 3 =

error: Content is protected !!