pakka

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ରଙ୍କ ପରଲୋକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲା କୁଡାସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର (୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି । ସୂଚନା ଅନୁସାରେ ବଲାଙ୍ଗିର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା ମୂଲ୍ୟାଙ୍କନ କରୁଥିବାବେଳେ ତାଙ୍କୁ ପ୍ରଚୁର ଝାଳ ହୋଇଥିଲା । ସେଠାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା । ସେଠାରେ ହୃଦ୍‌ଘାତ ଆଶଙ୍କା କରି ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଭିମାସାର ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । ବୁର୍ଲା ମେଡିକାଲ ହସ୍ପିଟାଲରେ ଡାକ୍ତରଙ୍କ ସହ ପରାମର୍ଶ କରୁଥିବାବେଳେ ସେ ଟଳି ପଡିଥିଲେ । ବୁଧବାର ସକାଳେ ବଲାଙ୍ଗିର ବିଭୂତିପଡା ଶ୍ମଶାନରେ ତାଙ୍କ ଦାହସଂସ୍କାର କରାଯିବ ବୋଲି ସାନଭାଇ ପ୍ରେସକ୍ଳବ୍ ସଭାପତି ଅରୁଣ କୁମାର ମିଶ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 + 13 =