csstore

ବିଜେଡି ସରକାର ଚାଷୀ ବିରୋଧୀ, ସାମ୍ବାଦିକ ସମ୍ମିଳନୀରେ କହିଲେ ବିଧାୟକ ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡି ସରକାର ଚାଷୀ ବିରୋଧୀ, କଟ୍‌ନୀ ଛଟ୍‌ନୀକୁ ସପୋର୍ଟ କରୁଛି ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖୋଲମ୍‌ଖୋଲା କହିଛନ୍ତି ଲୋଇସିଂହା ବିଧାୟକ ଡଃ. ମୁକେଶ ମହାଲିଙ୍ଗ । ସୂଚନାଯୋଗ୍ୟ ଯେ, ଆଜି ରାତି ପ୍ରାୟ ୯ ଟା ସମୟରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ବିଧାୟକ ଡଃ. ମହାଲିଙ୍ଗଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିସ୍ଫୋଟକ ମତ ଦେଇଛନ୍ତି ଖୋଦ ବିଧାୟକ ଡଃ. ମହାଲିଙ୍ଗ । ସେ କହିଛନ୍ତି ଯେ, ନିଜ ନିର୍ବାଚନ ମଂଡଳି ଅନ୍ତର୍ଗତ ପୁଇଁନ୍ତଲା ବ୍ଲକର ବିଭିନ୍ନ ମଣ୍ଡିରେ କଟ୍‌ନୀ ଛଟ୍‌ନୀ ହେଉଥିବା ସଂପର୍କରେ ଅଭିଯୋଗ ଆସିବା ପରେ ସେ ପେକ୍ସଗୁଡିକୁ ପରିଦର୍ଶନ କରିଥିବା ବେଳେ ଶେଷରେ ପୁଇଁନ୍ତଲା ପେକ୍ସକୁ ଆସିବା ସମୟରେ ପୁଇଁନ୍ତଲା ପେକ୍ସର ସଭାପତି ସୁରେଶ୍ୱର ନାଏକ ନିଜେ ଅଣ୍ଡାମାଡ କରି ପେକ୍ସ ଭିତରକୁ ଯିବା ପାଇଁ ତାଙ୍କୁ ଅବରୋଧ କରିଥିଲେ, ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେ ଆହୁରି କହିଛନ୍ତି ଯେ, ଏହି ପେକ୍ସରେ କୁଇଣ୍ଟାଲ ପିଛା ୧୦ କିଲୋ ଧାନ କଟ୍‌ନୀ ଛଟ୍‌ନୀ କରାଯାଉଥିବା ଅଭିଯୋଗ ରହିଥିଲ । ତେବେ ପେକ୍ସକୁ ପଶିବା ପାଇଁ ନିଜେ ପେକ୍ସ ସଭାପତି ରାସ୍ତା ଅବରୋଧ କରିବାରୁ ପ୍ରମାଣିତ ହେଉଛି ଯେ, ଏହି ପେକ୍ସରେ ପ୍ରବଳ କଟ୍‌ନୀ ଛଟ୍‌ନୀ ସହ ନାନା ପ୍ରକାରର ଚାଷୀ ଶୋଷଣ ଭଳି ବିଶୃଙ୍ଖଳା ରହିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ।

jayashree
Leave A Reply

Your email address will not be published.